Site icon Awaj Media

ସାଇବର ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ସାଇବର ସୁରକ୍ଷା ସଚେତନତା ଶିବିର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ ଶିକ୍ଷଣ ପ୍ରଦାନ କରାଯାଇଛି। ଆଜିର ଏହି କର୍ମଶାଳାରେ ସାଇବର ସୁରକ୍ଷା ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜାତୀୟ ସୂଚନା କେନ୍ଦ୍ର (NIC) ଗଜପତି ଶ୍ରୀଯୁକ୍ତ ଟି.ବାଳକୃଷ୍ଣ ମୂର୍ତ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଡ଼.ପବିତ୍ରନନ୍ଦ ପଟ୍ଟନାୟକ, ବରିଷ୍ଠ- ନିର୍ଦ୍ଧେଶକ(IT ),ଜାତୀୟ ସୂଚନା କେନ୍ଦ୍ର ଭୁବନେଶ୍ଵର, ଶ୍ରୀ ଜ୍ଞାନ ରଞ୍ଜନ ମିଶ୍ର , ନିର୍ଦ୍ଧେଶକ( IT),ଜାତୀୟ ସୂଚନା କେନ୍ଦ୍ର ଭୁବନେଶ୍ଵରର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାଇବର ଠକେଇର ବିଭିନ୍ନ ତଥ୍ୟ ତଥା ସ୍ମାର୍ଟ ଫୋନ ଓ ଇଣ୍ଟରନେଟ ଉପଭୋକ୍ତାମାନେ ବିଭିନ୍ନ ଆଳରେ କିପରି ଠକାମିର ଶିକାର ହୋଇଛନ୍ତି ସେନେଇ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଉଦାହରଣ ସହ ବୁଝାଇଥିଲେ। ଏହାସହ ସ୍ମାର୍ଟ ଫୋନରେ ଥିବା ବିଭିନ୍ନ ସାଇବର ସୁରକ୍ଷା ବ୍ୟବସ୍ଥାକୁ ବ୍ୟବହାର କରି କିପରି ସମସ୍ତ ଅଧିକାରୀ ଠକାମୀରୁ ରକ୍ଷା ପାଇ ପାଇବେ ସେନେଇ ମତବ୍ୟକ୍ତ କରିଥିଲେ । ଏହି ପ୍ରଶିକ୍ଷଣ ସଚେତନତା ଶିବିର କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଫାଲଗୁନି ମାଝୀ, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଶ୍ରୀ ସନ୍ତୋଷ କୁମାର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗଜପତି, ଶ୍ରୀ ଜ୍ଞାନରଞ୍ଜନ ମାଝୀ, ଡେପୁଟି କଲେକ୍ଟରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version