Site icon Awaj Media

ଜନରାଜ୍ୟ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ତହସିଲ ପରିସର ଗୋଷ୍ଠୀ ସମ୍ମିଳନୀ ଗୃହରେ ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ତଥା ବଡମ୍ବାର ତହସିଲଦାର ଶାଶ୍ୱତ ରଞ୍ଜନ ଦାଶ ଙ୍କ ସଭାପତିତ୍ୱରେ ଆସନ୍ତା ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ସହ ପରେଡ ହେବା ପାଇଁ ସ୍ଥିର କରାଯାଇଥିଲା l ସକାଳ 4.30 ରେ ରାମଧୂନ ହେବା ସହିତ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ 7.30ରେ ପତାକା ଉତ୍ତୋଳନ ହେବ ! ଗାନ୍ଧିଛକ ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ବୟୋଜ୍ୟେଷ୍ଠ ସ୍ୱାଧୀନତା ସଂଗ୍ରାମୀଙ୍କ ଦ୍ୱାରା 8.15ରେ ଏବଂ ଟେନିସ ପଡିଆ ଠାରେ ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ତହସିଲଦାରଙ୍କ ଦ୍ୱାରା 9.00 ସମୟରେ ଜାତୀୟ ପତାକା ଉତ୍ତୋଳନ ପାଇଁ ସଭାରେ ଗୃହୀତ ହୋଇଥିଲା l ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଏବଂ 22, 23 ଓ 24 ରେ ପରେଡ ଅଭ୍ୟାସ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା l ବଡମ୍ବା ଓକିଲ ସଂଘ ତରଫରୁ ଓକିଲ ସଂଘ ସଭାପତି କୈଳାଶ ଚନ୍ଦ୍ର ଜେନା, ସମ୍ପାଦକ ଦିଲ୍ଲୀପ କୁମାର ସାମନ୍ତ,ମୋହନ ସୁବୁଦ୍ଧି ମହା ବିଦ୍ୟାଳୟର କ୍ରୀଡା ଶିକ୍ଷକ ପ୍ରବୀଣ କିଶୋର ଦେବ,ଗଣଶିକ୍ଷା ବିଭାଗ ତରଫରୁ ବଡମ୍ବା ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ନିର୍ମଳା ବେହେରା,ମୋହନ ସୁବୁଦ୍ଧି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୁକ୍ତିପଦ ନନ୍ଦ,ଶାସ୍ତ୍ରୀଜୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବ ପ୍ରସାଦ ବ୍ରହ୍ମା,ରାଣୀ ସୁଶୀଳା କୁମାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦିପ୍ତୀରାଣୀ ଦେଇ,ବ୍ଲଶମ କନଭେଣ୍ଟ ବିଦ୍ୟାଳୟର ଅଧ୍ୟକ୍ଷ ରଂଜିତା ଭଟ୍ଟାଚାର୍ଯ୍ୟ,ସେଣ୍ଟ ଜାବିଅର ବିଦ୍ୟାଳୟର ନିର୍ଦ୍ଦେଶକ ହରମୋହନ ପଟ୍ଟନାୟକ,ଦୟାନନ୍ଦ ଆଙ୍ଗଲୋବେଦିକ ଉଚ୍ଚ ବିଦ୍ୟାଳୟର ଅମୀୟ କୁମାର ଦାସ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ନଳିନୀପ୍ରଭା ମନ୍ତ୍ରୀ,ମୋହନ ସୁବୁଦ୍ଧି ଉଚ୍ଚ ବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀର ଅଧିକାରୀ ଦୁର୍ଗା ଚରଣ ମଲ୍ଲ,ସରସ୍ବତୀ ଶିଶୁମନ୍ଦିର,ବଡମ୍ବାର ଗୁରୁଜୀ ସନ୍ତୋଷ କୁମାର ମଲ୍ଲିକ,ସରସ୍ବତୀ ଶିଶୁ ଵିଦ୍ୟାମନ୍ଦିର,ବଡମ୍ବାର ଗୁରୁମା ସନ୍ଧ୍ୟାରାଣୀ ମଲ୍ଲିକ,ସମାଜସେବୀ ଦେବରାଜ ପାଟ୍ଟଶାଣୀ,ଶିବ ନାରାୟଣ ମିଶ୍ର,ସନ୍ତୋଷ କୁମାର ପଟ୍ଟନାୟକ,ସନ୍ତୋଷ କୁମାର ଦେବତା, ରଶ୍ମିରଂଜନ ରଥ ଏବଂ ବିଭିନ୍ନ କାର୍ଯ୍ୟାଳୟ ର ମୁଖ୍ୟଙ୍କ ସହିତ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l ସର୍ବଶେଷରେ ଚମ୍ପେଇଦ୍ୱାର ଗଡା଼ପୋଖରୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version