Site icon Awaj Media

ବାଣପୁର ଜନ୍ମ ମାଟିରେ ପାଇକ କବିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅତିବଡ଼ି ଜଗନ୍ନାଥ ସମ୍ମାନରେ ସମ୍ମାନୀତ , ଓଡିଶାର ସ୍ଵନାମ ଧନ୍ୟ ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୪ ତମ ଜୟନ୍ତୀ ସମାରୋହ ଜନ୍ମମାଟି ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ ସାମନ୍ତରାପୁର (ଭୀମପୁର )ର ବାନାମ୍ଵର ଏକାଡେମୀ ବିଦ୍ୟାଳୟ ପ୍ରାଙ୍ଗଣ ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ଆନନ୍ଦ ଚନ୍ଦ୍ର ସେନାପତିଙ୍କ ସଭାପତିତ୍ଵ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ଆମଗାଁ ଆମ ସାହିତ୍ୟ ଏବଂ କୃଷ୍ଣଚନ୍ଦ୍ର ପାଠାଗାର ଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସାରସ୍ଵତ ସାଧକ ପ୍ରଖ୍ୟାତ ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ଲିଙ୍ଗରାଜ ରଥ ମୁଖ୍ୟ ଅତିଥି ,ପ୍ରାଧ୍ୟାପକ ନଳିନୀ କାନ୍ତ ପଟ୍ଟନାୟକ, ଉପଦେଷ୍ଟା, ପ୍ରାଧ୍ୟାପକ ସଂଗ୍ରାମ କେଶରୀ ସାହୁ, ମୁଖ୍ୟ ବକ୍ତା,ଡଃ ଚାନ୍ଦ କିଶୋର ତ୍ରିପାଠୀ , ଚିଲିକା ସାହିତ୍ୟ ସମାଜ ର ସଭାପତି ବାଳମୁକୁନ୍ଦ ଦାସ, ଓ ଏକାଡ଼େମୀ ର ପ୍ରଧାନ ଶିକ୍ଷକ ରାଧା କୃଷ୍ଣ ଗଡ଼ନାୟକ ସମ୍ମାନୀତ ବକ୍ତା ଭାବରେ ଯୋଗଦାନ କରି କବିତ୍ରିପାଠୀ ଙ୍କ କାବ୍ୟ କୁଶଳତା,ଶିକ୍ଷକ ପ୍ରାଣର କୋମଳତା,ଆଟୋପହୀନ ଜୀବନର ସରଳତା , ଜାତି ପ୍ରାଣର ଉଷ୍ମତା ଓ ସ୍ପଷ୍ଟ ବାଦିତା ସହିତ ଦିଗ ବଳୟ ପରି କବିତା ସଂକଳନରେ ପାଇକ ଜାତିର ବୀର ଗାଥା ରଚନା କରି ସମଗ୍ର ଓଡ଼ିଶାରେ ଏକମାତ୍ର ପାଇକ କବି ଭାବରେ କିପରି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ଵାରା ଗୌରବମୟ ଅତିବଡି ଜଗନ୍ନାଥ ସମ୍ମାନରେ ସମ୍ମାନୀତ ହୋଇଥିଲେ ତାହା ବର୍ଣ୍ଣନା କରି ଥିଲେ । ତାଙ୍କ ଅନନ୍ୟ ସୃଷ୍ଟି ମଧ୍ୟରୁ “ମାଟି ଦୀପ, ରୂପାୟନ ,ଉତ୍ସ, ଅଗ୍ନିଶଂଖ,ସାଧକର ସ୍ୱପ୍ନ, ବେଳା ଓ ବିଚି, ତରୁଓ ତୃଣ, କୁଟୀର ବଂଶୀ” ପରି କାଳଜୟୀ କବିତା ସଂକଳନ ଓଡ଼ିଆ ଭାଷା ସାହିତ୍ୟ ଭଣ୍ଡାର କୁ ଚିର ଉଜ୍ଜ୍ୱଳ କରୁଥିବ ବୋଲି ପ୍ରକାଶ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରଥଙ୍କୁ ତାଙ୍କ ଅନବଦ୍ୟ ଶିଶୁ ସାହିତ୍ୟ ପାଇଁ କୃଷ୍ଣଚନ୍ଦ୍ର ପାଠାଗାର ତରଫରୁ ମାନପତ୍ର ଉପଢୌକନ ସହିତ କବି କୃଷ୍ଣଚନ୍ଦ୍ର ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପାଠାଗାରର ସଂପାଦକ ମଧୁସୂଦନ ନନ୍ଦ ଅତିଥି ପରିଚୟ ସହିତ ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ କୋଷାଧ୍ଯକ୍ଷ ବିଭୂତି ଭୂଷଣ ନନ୍ଦ ଓ ସଭ୍ୟ ଅଶୋକନନ୍ଦ ଏହାକୁ ପରିଚାଳନା କରିଥିଲେ। ଏକାଡ଼େମୀର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରସଂଶାପତ୍ର ସହିତ ପୁରସ୍କୃତ କରାଯାଇଥିଲା। ଶେଷରେ ଶିକ୍ଷକ ଶଙ୍କର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version