Site icon Awaj Media

୩ ୟ ଜାତୀୟ ପାରଳା ନୃତ୍ୟ ମହୋତ୍ସବ ଆୟୋଜିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ୩ୟ ଜାତୀୟ ନୃତ୍ୟ ମହୋତ୍ସବ “ନୃତ୍ୟ ପଲ୍ହବୀ ୨୦୨୪” ଅନୁଷ୍ଠିତ ହୋଇଯାଇଅଛି। ଅଗ୍ରଣୀ ନୃତ୍ୟ ସଂଗଠନ ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ଆଦର୍ଶ ଦାସ ଙ୍କ ଅଧ୍ୟକ୍ଷତାରେ ପ୍ରାରମ୍ଭିକ ସଭା ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଡ ଗଜେନ୍ଦ୍ର ପଣ୍ଡା ଓ ବିଶିଷ୍ଟ ଅତିଥି ଭାବେ ପାରଳା ବିଧାୟକ କେ.ନାରାୟଣ ରାଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୌରାଧକ୍ଷା ନିର୍ମଳା ସେଠୀ, ଶିକ୍ଷାବିତ୍ ଡ ଜିତେନ୍ଦ୍ର ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର, ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଉପସ୍ଥିତ ଥିଲେ। ଅନୁଷ୍ଠାନ ପକ୍ଷରୁ ସମ୍ପାଦକ ଡି. ପ୍ରିୟଙ୍କା ସଂପାଦକୀୟ ବିବରଣୀ ପ୍ରଦାନ କରିଥିବା ବେଳେ ମଞ୍ଚାସିନ ଅତିଥି ମାନେ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅନୁଷ୍ଠାନ ର ସଫଳତା ପାଇଁ ବିଶେଷ କରି ବିଦେଶ ଯାଇ ସେଠାରେ ଗଜପତି ଜିଲ୍ଲା ର ସୁନାମ ଅର୍ଜନ କରିଥିବା ରୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ବିଶିଷ୍ଟ ନାଟ୍ୟ ସଂଗଠକ ନୃସିଂହ ଚରଣ ପଟ୍ଟନାୟକ ଓ ପଶ୍ଚିମବଙ୍ଗରୁ ଆସିଥିବା ନୃତ୍ୟ ଶିଳ୍ପୀ ପ୍ରୀତି ପଲ୍ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୁବନେଶ୍ୱର ର ତ୍ରିଧାରା ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରାଯାଇଥିବା ବେଳେ ପଶ୍ଚିମ ବଙ୍ଗର କଳାକାର ମାନେ ଭାରତ ନାଟ୍ୟମ ଓ ଅନ୍ୟାନ୍ୟ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ଆୟୋଜକ ଅନୁଷ୍ଠାନର ଶିଶୁ ଓ ଯୁବ ନୃତ୍ୟଶିଳ୍ପୀ ମାନେ ଓଡ଼ିଶୀ, ସମ୍ବଲପୁରୀ, ଧେମସା ନୃତ୍ୟ ପ୍ରଦର୍ଶନ କରିଥିଲେ। ଅନୁଷ୍ଠାନର ସଂଯୋଜିକା ଅରୁପାଞ୍ଜଳି ମହାନ୍ତି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଡି.ମୋହନ ରାଓ, ବାଳକୃଷ୍ଣ ପାଣିଗ୍ରାହୀ, ରାଜା ପାତ୍ର, ବ୍ରଜରାଜ ବେହେରା, ରଶ୍ମି ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।

Exit mobile version