Site icon Awaj Media

ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ନଗର ପରିକ୍ରମା ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ଶ୍ରୀ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ବିଭିନ୍ନ ଅନୁଷ୍ଠାନର ଛାତ୍ର ଛାତ୍ରୀ, ଜନସାଧାରଣ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ରାମ ଧ୍ୱନିରେ ସହର ପରିକ୍ରମା କରିଥିଲେ।ବିଭିନ୍ନ ବାଦ୍ୟ ବାଦଣା ଓ ଜୟ ଶ୍ରୀ ରାମ ଧ୍ୱନିରେ ସହର ପ୍ରକମ୍ପିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ମଠ ମନ୍ଦିର ମାନଙ୍କରେ ସୁନ୍ଦରା କାଣ୍ଡ ହନୁମାନ ଚାଲିଶା, ଶ୍ରୀରାମ ଭଜନ ସହ ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି।ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ମୁଖରେ ଜୟ ଶ୍ରୀ ରାମ ନାମ ଉଚ୍ଚାରଣ ହେଉଛି।

Exit mobile version