Site icon Awaj Media

ମଡେଲ ଡିଗ୍ରୀ କଲେଜ ନୟାଗଡ଼ ଠାରେ ‘ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ’ ଶୀର୍ଷକ ଆଲୋଚନାଚକ୍ର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ତଥା ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଏବଂ ନୂଆ ଓ ଆନୁକୂଲ୍ୟରେ ମଡେଲ ଡିଗ୍ରୀ କଲେଜ ନୟାଗଡ଼ଠାରେ ‘ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି’ଶୀର୍ଷକରେ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ତଥା ସମ୍ମାନ ବଢାଇବା ଉଦ୍ଦେଶ୍ୟରେ ଆଲୋଚନାଚକ୍ର ଆୟୋଜିତ ହୋଇଥିବାବେଳେ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ କୋରାପୁଟର ପୂର୍ବତନ ପ୍ରଫେସର ଡକ୍ଟର କୈଳାସ ଚନ୍ଦ୍ର ବାଣ୍ଠ ଏକ ସାରଗର୍ଭକ ଭାଷଣ ପ୍ରଦାନ କରି ଫକୀରମୋହନ ସାହିତ୍ୟ ଉପରେ ଆଲୋକପାତ କରିଥିଲେ । ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ପ୍ରାରମ୍ଭିକ ଅଭିଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାୟ ୧୫୦ଜଣ ଛାତ୍ରଛାତ୍ରୀଙ୍କୁ ଓଡିଆ ଭାଷା ପ୍ରତି ଆଗ୍ରହ ବଢାଇଥିବା ଡକ୍ଟର ବାଣ୍ଠଙ୍କୁ , ଡକ୍ଟର ଜ୍ୟୋତ୍ସ୍ନା ରାଣୀ କର ଧନ୍ୟବାଦ ପ୍ରଦାନ କରିଥିଲେ।ଛାତ୍ର ପ୍ରତିନିଧି ସୁଶ୍ରୀ ପ୍ରଜ୍ଞା ସାସମଲ ସଂଯୋଜନା କରିଥିବା ବେଳେ ଶ୍ରୀ ଗୈ।ରମୋହନ ସାହୁ,ଡକ୍ଟର ଜୟରାମ ସିଂ ସାମଲ ଓ ବିଜୟିନୀ ଶୁଭଦର୍ଶିନୀ ପ୍ରମୁଖ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Exit mobile version