କାନପୁର ଠାରେ ଅଲ୍ ଓଡ଼ିଶା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ – କାନପୁର ଠାରେ ଅଲ୍ ଓଡ଼ିଶା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ । କାନପୁର ଆଞ୍ଚଳିକ ଆଥଲେଟିକ୍ ଆସୋସିଏସନ ପକ୍ଷରୁ କାନପୁର ମିନି ଷ୍ଟାଡିୟମରେ ଠାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ଶୁଭ ଉଦଘାଟନ ହୋଇଯାଇଛି । ଏହି ଉଦଘାଟନ ସମାରୋହ ରେ ମୁଖ୍ୟ ଅତିଥି ରୂପେ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ଚେୟାରମ୍ୟାନ ନରସିଂହପୁର ବ୍ଳକ୍ ଶ୍ରୀମତୀ ସସ୍ମିତା ଜେନା, ନରସିଂହପୁର ବ୍ଳକ୍ ବିଜେଡି ସଭାପତି କୃପାସିନ୍ଧୁ ଦାସ , ଉପଦେଷ୍ଟା ଅଲେଖ ପ୍ରାସାଦ ସାହୁ, ଉପାଧ୍ୟକ୍ଷ ନରସିଂହପୁର ବ୍ଳକ୍ ନାରାୟଣ ନାୟକ, ସରପଞ୍ଚ କାନପୁର ଗ୍ରାମପଞ୍ଚାୟତ ଶ୍ରୀମତୀ ସଙ୍ଗୀତା ପ୍ରଧାନ, ସମିତି ସଭ୍ୟ କାର୍ତ୍ତିକ ବେହେରା, ସାମାଜିକ କର୍ମୀ ଅଜିତ କୁମାର ମହାରଣା , ମୁଖ୍ୟ ପୁରୋଧା ଶ୍ରୀଯୁକ୍ତ ସଞ୍ଜୟ ସାହୁ ଯୋଗ ଦେଇଥିଲେ । ତେବେ ଏହି ଟୁର୍ଣ୍ଣାମେଣ୍ଟ ଆଠ ଦିନ ଚାଲିବାକୁ ଥିବାବେଳେ , ଆଜି ପ୍ରଥମ ଲିଗ୍ ମ୍ୟାଚ୍ ରେ ରାଉଳକେଲା JAC ଫୁଟବଲ୍ କ୍ଲବ୍ ସହ ନୂଆପଡ଼ା ବ୍ରଦର୍ସ ଫୁଟବଲ୍ କ୍ଲବ୍ ଖଇରା ମଧ୍ୟରେ ମୁକାବିଲା ହୋଇଥିଲା । ରାଉଲକେଲା ଟିମ , ନୂଆପଡ଼ା କୁ 1 / 0 ଗୋଲ୍ ରେ ହରାଇ ସେମି ଫାଇନାଲ ରେ ପହଞ୍ଚିଛି !

Leave a Reply

Your email address will not be published. Required fields are marked *