ନବପ୍ରଭାତ ବିଦ୍ୟାୟତନ ନୂଆଁପାଲି ଠାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ଭବ୍ୟ ଉତ୍ସବ ଆୟୋଜିତ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି – ରାଜବୋରାସମ୍ବର ବ୍ଲକ ଅନ୍ତର୍ଗତ ନବପ୍ରଭାତ ବିଦ୍ୟାୟତନ ନୂଆଁପାଲି ଠାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ଏକ ଉତ୍ସବ ଅତ୍ୟନ୍ତ ଭବ୍ୟତାର ସହିତ ଅନୁଷ୍ଠିତ ହୋଇଯାଇଛି ! ଯେଉଁ ଦିନ ଗାଁ, ଗଣ୍ଡା ତଥା ପୁରପଲ୍ଲୀ ଠାରୁ ଆରମ୍ଭ କରି ପୂରା ଦେଶ ରାମ ମୟ ହୋଇ ଯାଇଛି, ସେହି ଦିନ ନବପ୍ରଭାତ ବିଦ୍ୟାୟତନ ମଧ୍ୟ ତାର ଗୋଟିଏ ସାକ୍ଷୀ ପାଲଟିଛି ! ବିଦ୍ୟାୟତନର ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା, ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରୀୟ ବିଦ୍ୟାଳୟ ଭିଲାଇ ର ଅବସର ପ୍ରାପ୍ତ ଶିକ୍ଷକ ଆଚାର୍ଯ୍ୟ ଡ଼ ଶିବଶଙ୍କର ଶାସ୍ତ୍ରୀ , ସମ୍ମାନିତ ଅତିଥି ଭାବରେ ଗୁରୁକୁଳ ନବପ୍ରଭାତ ଆଶ୍ରମ ର ପ୍ରଧାନ ଆଚାର୍ଯ୍ୟ ବୃହସ୍ପତି ଶାସ୍ତ୍ରୀ , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତେଜରାଜ ସାହୁ , ପ୍ରେମାନନ୍ଦ ବାରିକ ଯୋଗ ଦେଇଥିଲେ ! ଏହି ଅବସରରେ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ବହୁତ ସୁନ୍ଦର ପ୍ରତିକୃତି ଗୁଡିକ ବିଦ୍ୟାୟତନର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା ଏବଂ ସବୁଠୁ ସୁନ୍ଦର ତିନୋଟି ପ୍ରତିକୃତିକୁ ପୁରସ୍କୃତ କରାଯାଇଥିଲା ! ଏହା ବ୍ୟତୀତ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଫେନସି ଡ୍ରେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଜଜ ଭାବରେ କନସିଂହା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲକ୍ଷପତି ସ୍ୱାଇଁ , ରମେଶ କୁମାର ସାହୁ ଉପସ୍ଥିତ ଥିଲେ ଓ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା I ଏହି ପାବନ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରାମ ବନବାସ ଉପରେ ଏକ ସୁନ୍ଦର କ୍ଷୁଦ୍ର ନାଟିକା ପ୍ରସ୍ତୁତ କରାଯାଇଥିଲା ଓ ଶେଷରେ ରାମଙ୍କ ଭଜନରେ ଛାତ୍ର ଛାତ୍ରୀଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ମାନେ ମଧ୍ୟ ସମସ୍ତେ ଝୁମି ଉଠିଥିଲେ ! ସଭାର ମଝିରେ ଅଭିଭାବକଙ୍କୁ ନେଇ ଏକ ରାମାୟଣର ଜଣା ଅଜଣା କାର୍ଯ୍ୟକ୍ରମ ରଖାଯାଇଥିଲା ! ପରିଶେଷରେ ରବିଶଙ୍କର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ! ସଭା ପରିଚାଳନା କାର୍ଯ୍ୟ ସ୍କୁଲର ଶିକ୍ଷୟିତ୍ରୀ ଶ୍ରୁତିଶୀଖା ପ୍ରଧାନ ତଥା ଶିକ୍ଷକ ଦୀପକ ପଧାନ ତୁଲାଇଥିଲେ !

Leave a Reply

Your email address will not be published. Required fields are marked *