Site icon Awaj Media

ଗୋଦାବରୀଶ ମହାବିଦ୍ୟାଳୟ ରେ ‘ଜଗନ୍ନାଥ ସଂସ୍କୃତି ‘ବିଷୟ ରେ ଆଲୋଚନା ଚକ୍ର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗୋଦାବରୀଶ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା ଙ୍କ ସଭାପତିତ୍ବ ରେ ଓଡ଼ିଶା ସରକାର ଙ୍କ ବିଶ୍ଵ ଭାଷା ସମ୍ମିଳନୀ ନୂଆ ଓ କାର୍ଯ୍ୟକ୍ରମ ମାଧ୍ୟମରେ ଜଗନ୍ନାଥ ସଂସ୍କୃତି ବିଷୟ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏହି ଆଲୋଚନା ଚକ୍ର ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡଃ ପ୍ରଫୁଲ୍ଲ କୁମାର ଦାଶ ଜଗନ୍ନାଥ ସଂସ୍କୃତି ବିଷୟ ରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗ ର ଅଧ୍ୟାପକ ତଥା ସଂଯୋଜକ ପାର୍ଥ ସାରଥୀ ସାମନ୍ତରାୟ , ନୋଡାଲ ଅଫିସର ଶ୍ରୀମତୀ ତୃପ୍ତି ରାଣୀ ସ୍ୱାଇଁ , ଅଧ୍ୟାପକ ଚିତ୍ତ ରଞ୍ଜନ ବେହେରା , ଅଧ୍ୟାପକ ଯଯାତି କେଶରୀ ବଡ଼ଜେନା ଓ ଅଧ୍ୟାପକ ସୁଶିଲ କୁମାର ମିଶ୍ର ଅତିଥି ଭାବରେ ଯୋଗଦେଇ ‘ଜଗନ୍ନାଥ ସଂସ୍କୃତି’ ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ର ପ୍ରଶାସନିକ ଅଫିସର ସୁର ପ୍ରତାପ ନରେନ୍ଦ୍ର ସିଂହ ବର୍ମା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭା ଆରମ୍ଭ ପୂର୍ବରୁ ମହା ବିଦ୍ୟାଳୟ ପାଠକ ନିକଟରେ ଉକ୍ତ କାର୍ଯ୍ୟକ୍ରମ ର ସଂଯୋଜକ ତଥା ଅଧ୍ୟାପକ ପାର୍ଥ ସାରଥୀ ସାମନ୍ତରାୟ ଙ୍କ ନିର୍ଦ୍ଦେଶନା ରେ ପଥ ପ୍ରାନ୍ତ ନାଟକ ‘ଭାବଭକ୍ତି ର ସଡ଼କ ‘ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ କରାଯାଇ ମୁଖ୍ୟ ଅତିଥି ଙ୍କୁ ସ୍ଵାଗତ କରାଯାଇଥିଲା । ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ମଞ୍ଚ ଉପରେ କ୍ଷୁଦ୍ର ନାଟିକା ଅଧ୍ୟାପକ ପାର୍ଥ ସାରଥୀ ସାମନ୍ତରାୟ ଙ୍କ ନିର୍ଦ୍ଦେଶନା ରେ ମଞ୍ଚସ୍ଥ କରାଯାଇଥିଲା । ନାଟକ ଗୁଡ଼ିକର ପରିବେଷଣ ରେ ଅଧ୍ୟାପକ ପ୍ରଶାନ୍ତ କୁମାର ହୋତା , ପୁଲିନ ବିହାରୀ ଜେନା, ଗୁରୁ କିଶୋର ନାୟକ , ସପିନ କୁମାର ପୃଷ୍ଟି , ଗୋଲକ କୁମାର ବେହେରା , ଅଜୟ କୁମାର ଦାସ , ପ୍ରଭାତ କୁମାର ଶାସମଲ , ଅଜୟ କୁମାର ବେହେରା, ଦିବାକର ସାହୁ , ସୁରେନ୍ଦ୍ର କୁମାର ସାହୁ , ହରପ୍ରସାଦ ରଥ ଓ ଦାଶରଥି ରାଉଳ ପ୍ରମୁଖ ଅଧ୍ୟାପକ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ନାଟକ ଗୁଡିକରେ ଛାତ୍ରୀ ଶୁଭଶ୍ରୀ , ମଧୁସ୍ମିତା , ପୂଜା ଓ ଛାତ୍ର ସନ୍ତୋଷ , ଆଶିଷ , ଜିତୁ ଉଚ୍ଚକୋଟି ର ଅଭିନୟ କରିଥିଲେ । ନାଟକ ର ଅଭିନୟ ରେ ଅତିଥି , ଅଧ୍ୟାପକ ଓ ଛାତ୍ର ଛାତ୍ରୀ ମାନେ ଅଭିଭୂତ ହୋଇଥିବାର ଦେଖିବାକୁ ମିଳିଥିଲା ।।

Exit mobile version