Site icon Awaj Media

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ବିଜେ ଅବସରରେ ୪୨ ମୌଜାରେ ପ୍ରକୃତି ଆରାଧନା ଓ ବୃକ୍ଷ ବନ୍ଦନା କାର୍ଯ୍ୟକ୍ରମ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା – ଅଯୋଧ୍ୟାରେ ପ୍ରଭୂ ଶ୍ରୀରାମଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଓ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ଅବସରରେ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ଆହ୍ଵାନ ଓ ଶ୍ରୀ ମହାବୀର ଯୁବ ପରିଷଦର ମିଳିତ ଉଦ୍ୟମରେ ପ୍ରକୃତି ଆରାଧନା ଓ ବୃକ୍ଷ ବନ୍ଦନା କାର୍ଯ୍ୟକ୍ରମ ମହା ସମାରୋହରେ ଏବଂ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ ପଣ୍ଡିତ ଜଗନ୍ନାଥ ଆଚାର୍ଯ୍ୟ ଓ ପୂଜକ ବଗୁଲି ନାୟକଙ୍କ ସମ୍ପାଦନାରେ ପ୍ରଭୂ ଶ୍ରୀ ଜଗନ୍ନାଥ ଓ ପ୍ରଭୂ ଶ୍ରୀରାମଙ୍କ ପ୍ରତିଛବି ପୂଜାର୍ଚ୍ଚନା, ଯଜ୍ଞ ହୋମ, ଧରିତ୍ରୀ ତଥା ପ୍ରକୃତି ପୂଜା ଓ ବୃକ୍ଷ ବନ୍ଦନା କରାଯିବା ସହିତ ଦିନ ତମାମ ପ୍ରବଚନ, ଭଜନ ଓ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛୋଟ ଛୋଟ ପିଲାମାନେ ପ୍ରଭୂ ଶ୍ରୀରାମ, ଲକ୍ଷ୍ମଣ, ମାତା ସୀତା ଓ ପ୍ରଭୂ ହନୁମାନ ବେଶରେ କାର୍ଯ୍ୟକ୍ରମ ପରିସର ଶ୍ରୀରାମ ଭାବମୟ କରିଥିବାବେଳେ ସ୍ଥାନୀୟ ଯୁବକ ମାନେ ଝାଞ୍ଜ ମୃଦଙ୍ଗ ତାଳରେ ସଂକ୍ରୀତ୍ତନ କରି ସ୍ଥାନୀୟ ଅଞ୍ଚଳକୁ ଦିବ୍ୟ ଭକ୍ତିମୟ କରି ଦେଇଥିଲେ। ଅନୁଷ୍ଠାନର ସଭାପତି ବିଶିଷ୍ଟ ସମାଜ ସେବୀ ଆଡଭୋକେଟ କେଶବ ଚନ୍ଦ୍ର କର ଓ ସଂପାଦକ ବସନ୍ତ କୁମାର ପଣ୍ଡାଙ୍କ ପରିଚାଳନାରେ ସମାଜସେବୀ ପର୍ଶୁରାମ ବେହେରା ସଂଯୋଜନା କରିଥିବାବେଳେ ଲହରୀ କଥାକାର ଓ ହିନ୍ଦ୍ ମଜଦୂର ସଭା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ର, ଯୁଧିଷ୍ଟିର ପତି, ଶିକ୍ଷାବିତ୍ ସ୍ଵାଧୀନ ଶେଖର ଷଡ଼ଙ୍ଗୀ, ଶିକ୍ଷାବିତ୍ ଗଣେଶ୍ୱର ଦାଶ, ବିଶିଷ୍ଟ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି ଅତିଥି ଭାବରେ ଯୋଗ ଦେଇଥିଲେ। ଆମ ଭାରତ ଇତିହାସର ଏହି ସ୍ୱର୍ଣ୍ଣିମ ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜ୍ଜନ କରିଥିବା ପ୍ରାୟ ୪୦ ଜଣ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ସମାଜ ଗୌରବ,ଗଣତନ୍ତ୍ର ଗୌରବ,ପରିବେଶ ଗୌରବ, ଜନତା ଗୌରବ ଓ ସଙ୍ଗୀତ ଗୌରବ ସମ୍ମାନରେ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା। ଲେଟସ୍ କ୍ରିଏଟ୍ ଫରେଷ୍ଟସ ତଥା ଅନୁଷ୍ଠାନର ପରିବେଶ ସଂପାଦକ ଭଗବତୀ ପ୍ରସାଦ ପତି, ଉପ ସଭାପତି ଜିତେନ୍ଦ୍ର କୁମାର ପଣ୍ଡା, ଦୀନବନ୍ଧୁ ସାମଲ, ଚନ୍ଦନ ପଣ୍ଡା, ଲକ୍ଷ୍ମଣ ଦୀକ୍ଷିତ, ନୀଳମଣି ଭୋଇ, ଟିକିନ ବେହେରା ପ୍ରଭୃତି ଅନେକ ଯୁବକ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ ବୁଲେଇ ବେହେରା, ରୁଦ୍ର ନାରାୟଣ ଦାସ, ପ୍ରଭାତ କୁମାର ଖଟୁଆ, ସନ୍ତୋଷ କୁମାର ପତି, ପ୍ରଫୁଲ୍ଲ ମହାପାତ୍ର ଓ ନୀଳମଣି ପାଣ୍ଡେ ପ୍ରଭୃତି ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ।

Exit mobile version