ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉତ୍ସବ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସାନ୍ତରାପୁର ଗ୍ରାମର ନେତାଜୀ ୟୁଥ୍ କ୍ଲବ ତରଫରୁ ୩୨ ତମ ବାର୍ଷିକ ଉତ୍ସବ ଧୁମ୍ ଧାମର ସହିତ ପାଳିତ ହୋଇଯାଇଛି । ସାନ୍ତରାପୁର ଗ୍ରାମର କିଛି ଉଦୀୟମାନ ଯୁବକ ୩୨ ବର୍ଷ ପୂର୍ବେ ନେତାଜୀ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନେତାଜୀ ୟୁଥ କ୍ଲବ ସ୍ଥାପନା କରିଥିଲେ । ସେମାନେ ନେତାଜୀଙ୍କ ଜନ୍ମ ଦିବସ ଓ ସାହସ ଦେଶପ୍ରେମ କୁ ମନେ ପକାଇବା ପାଇଁ ପ୍ରତେକ ବର୍ଷ ଜାନୁଆରୀ ୨୩ ତାରିଖ ନେତାଜୀଙ୍କ ଜୟନ୍ତୀ ଦିବସ କୁ ନିଆରା ଢଙ୍ଗରେ ପାଳନ କରୁଛନ୍ତି । ନେତାଜୀ ୟୁଥ୍ କ୍ଲବ ତରଫରୁ ନେତାଜୀଙ୍କ ୧୨୭ ତମ ଜନ୍ମ ବାର୍ଷିକ ଉତ୍ସବ ଓ ନେତାଜୀ ୟୁଥ୍ କ୍ଲବ ର ୩୨ ତମ ଜନ୍ମ ବାର୍ଷିକ ପାଳନ କରିଛନ୍ତି । ସକାଳ ସମୟରୁ ସାନ୍ତରାପୁର ଗ୍ରାମର ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ବାଲୁଗାଁ ଅଞ୍ଚଳର ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବହୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସନ୍ଧ୍ୟା ସମୟରେ ନେତାଜୀ ୟୁଥ୍ କ୍ଲବ ର ସଭାପତି ବିମଳ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ବାଲୁଗାଁ ମହା ବିଦ୍ୟାଳୟର ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ମହାରଣା ଯୋଗ ଦେଇଥିଲେ । ଅନ୍ୟ ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ଅକ୍ଷୟ କୁମାର ମିଶ୍ର, ଡଃ ଲକ୍ଷ୍ମୀଧର ସୁବୁଦ୍ଧି, ସଂଘର ବରିଷ୍ଠ ପୁରାତନ ସଭ୍ୟ ସୁଧୀର କୁମାର ପଣ୍ଡା, ସମ୍ପାଦକ ପ୍ରଭାସ କୁମାର ପଣ୍ଡା,ପୁରାତନ ସଭ୍ୟ ପବିତ୍ର ପଣ୍ଡା, ହରିହର ତ୍ରିପାଠୀ, ବରିଷ୍ଟ ସାମ୍ବାଦିକ ତଥା ଚିଲିକା ପ୍ରେସ କ୍ଲବ ସମ୍ପାଦକ ଅନନ୍ତ ଚରଣ ବାରିକି, ସାମ୍ବାଦିକ ରାକେଶ ସାହୁ, ସାମ୍ବାଦିକ ଦିଲ୍ଲୀପ କୁମାର ସ୍ବାଇଁ ଓ ବରିଷ୍ଟ ସାମ୍ବାଦିକ ମନୋଜ କୁମାର ପଣ୍ଡା ଯୋଗଦେଇଥିଲେ । ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ଅତିଥି ମାନେ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରିଥିଲେ ।ନେତାଜୀ ୟୁଥ୍ କ୍ଲବ ର ସହ ସମ୍ପାଦକ ସୌମ୍ୟାକାନ୍ତ ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରି ସଭା ଶାନ୍ତ କରିଥିଲେ । ସଭା ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ନେତାଜୀ ୟୁଥ୍ କ୍ଲବର ସମସ୍ତ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ।।
ବାଲୁଗାଁ ନେତାଜୀ ୟୁଥ୍ କ୍ଳବ ର ୩୨ ତମ ବାର୍ଷିକ ଉତ୍ସବ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ !!!

