Site icon Awaj Media

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଆ କଳା, ସାହିତ୍ୟ, ଇତିହାସ ଓ ଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ସରକାରଙ୍କ ବିଶ୍ଵ ଭାଷା ସମ୍ମିଳନୀ ନୂଆ- ଓ କାର୍ଯ୍ୟକ୍ରମ ମାଧ୍ୟମ ରେ ଓଡ଼ିଆ କଳା, ସାହିତ୍ୟ, ଇତିହାସ ଓ ଜଗନ୍ନାଥ ସଂସ୍କୃତି ର ପ୍ରଚାର ଓ ପ୍ରସାର ନିମନ୍ତେ ଓଡ଼ିଶାର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ମାନଙ୍କ ରେ ଆଲୋଚନା ଚକ୍ର ମାନ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ ରେ ଆୟୋଜିତ କବିତା ଆବୃତି, ପ୍ରବନ୍ଧ, ବକ୍ତୃତା, ଓଡିଆ ହସ୍ତାକ୍ଷର ଆଦି ପ୍ରତିଯୋଗିତା ରେ ବିଚରକ ଭାବେ ବରିଷ୍ଠ ସାମ୍ବାଦିକ ପୁରୁଷୋତ୍ତମ ମହାପାତ୍ର, ଶିକ୍ଷକ ଶିଶିର କୁମାର ଦାସ ଯୋଗ ଦେଇଥିଲେ। ଏହି ଅବସରରେ ଦ୍ବିତୀୟ ଦିବସରେ ଅଧ୍ୟକ୍ଷା ରଶ୍ମିତା ମହାନ୍ତିଙ୍କ ସଭାପତିତ୍ବରେ ଓଡ଼ିଆ କଳା, ସାହିତ୍ୟ, ଇତିହାସ ଓ ଜଗନ୍ନାଥ ସଂସ୍କୃତି ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ବାଣପୁର ଏନଏସି ନଗରପାଳ ମିଟୁ ନାୟକ, ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ ସଂଗ୍ରାମ କେଶରୀ ସାହୁ, ଅନ୍ୟତମ ଅତିଥି ଭାବେ ଶିକ୍ଷକ ବିଭୁତି ଭୂଷଣ ଦାସ ଓ ସାହିତ୍ୟିକ ବାଳମୁକୁନ୍ଦ ଦାସ ପ୍ରମୁଖ ଯୋଗ ଦେଇ ଓଡ଼ିଆ କଳା, ସାହିତ୍ୟ, ଇତିହାସ ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଅଧ୍ୟାପକ ସର୍ବେଶ୍ବର ଷଡଙ୍ଗୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଆୟୋଜିତ ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ର ବିଚାରକ ଭାବେ ମହେଶ୍ୱର ଜେନା, ଗୋବିନ୍ଦ ଚନ୍ଦ୍ର ଜାଲି, ହର ପ୍ରିୟା ବାରିକ, ଜିତେନ୍ଦ୍ର ମହାରଣା ପ୍ରମୁଖ ଗୁରୁ ମାନେ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟ ର ବହୁ ଛାତ୍ରୀ ମାନେ ଅଂଶଗ୍ରହଣ କରି ନିଜର ସଂଗୀତ ଓ ନୃତ୍ୟ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Exit mobile version