Site icon Awaj Media

ଗଜପତି ଜିଲ୍ଲା ସ୍ତରୀୟ ୧୪ ତମ ଜାତୀୟ ଭୋଟର ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା – ଗଜପତି ଜିଲ୍ଲା ସ୍ତରୀୟ ୧୪ ତମ ଜାତୀୟ ଭୋଟର ଦିବସ ପାଳିତ , ମତଦାନର ନାହିଁ ବିକଳ୍ପ, ଭୋଟ ମୁଁ ନିଶ୍ଚୟ ଦେବି ! ଗଜପତି ଜିଲ୍ଲା ସ୍ତରୀୟ ୧୪ତମ ଜାତୀୟ ଭୋଟର ଦିବସ ପାରଳାଖେମୁଣ୍ଡି ପେଲେସ ରାଜଦାଣ୍ଡ ଠାରେ ମହସମରହୋରେ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଜାତୀୟ ଭୋଟର ଦିବସରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଶ୍ରୀଯୁକ୍ତ ଦାସ ନିଜ ବକ୍ତବ୍ୟର ଜଣାଇ ଥିଲେ ଯେ,ଆମ ସମ୍ବିଧାନ ଭାରତର ପ୍ରତ୍ୟେକ ନାଗରିକଙ୍କୁ ଭୋଟ ଦେବା ଅଧିକାର ରହିଛି । ଏଣୁ ପ୍ରତ୍ୟେକ ନିଜ ନିଜ ଅଧିକାର ସାବ୍ୟସ୍ତ କରିବା ଜରୁରୀ ତେବେ ଯାଇ ଆମ ସୁଦୃଢ ସରକାର ଗଠନ ହୋଇ ପାରିବ । ଏଣୁ ପ୍ରତ୍ୟେକ ଦେଶ ଗଠନରେ ସାମିଲ ହୋଇ ରାଷ୍ଟ୍ରକୁ ସମୃଦ୍ଧି ପଥରେ ଆଗେଇ ନେବା ଜରୁରୀ । ସମ୍ମାନିତ ଅତିଥି ରୂପେ ସୁଶ୍ରୀ ସ୍ଵାତୀ ଏସ କୁମାର, ଆରକ୍ଷୀ ଅଧିକ୍ଷକ ଗଜପତି,ଯୋଗଦାନ କରି ଭୋଟ ଦେବାର ଆବଶ୍ୟକତା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଜଣାଇ ଭୋଟର ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଥିଲେ ଏବଂ ମତଦାତାଙ୍କ ସଂକଳ୍ପ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଅନ୍ୟତମ ଅତିଥି ଭାବେ ପାରଳାଖେମୁଣ୍ଡି ବନ ଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏସ ଆନନ୍ଦ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ରହି ଭୋଟଦାତାଙ୍କ ଭୂମିକା ଏବଂ ଏହାର ଅପରିହାର୍ଯ୍ୟତା, ଭୋଟ ତାଲିକା ସଂଶୋଧନର ପ୍ରକ୍ରିୟାକରଣ ସମ୍ପର୍କରେ ଅବଗତ କରାଇ ଥିଲେ । ଉପସ୍ଥିତ ସମସ୍ତ ମତଦାତାଙ୍କୁ ସଂକଳ୍ପ କରାଯାଇଥିଲା । ଯୁବ,ନୂତନ ଭୋଟର ଦାତା ମାନଙ୍କୁ ଭୋଟ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରବନ୍ଧ, ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରଯାଇଥିଲା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ତହସିଲଦାର ଶ୍ରୀ ନାରାୟଣ ବେହେରା,ଡେପୁଟୀ କଲେକ୍ଟର (ନିର୍ବାଚନ) ସୁଶ୍ରୀ ତୃପ୍ତିମୟୀ ଜେନା,ସମେତ ବିଭିନ୍ନ ବିଭାଗର ଅଧିକାରୀ ,ବିଭାଗୀୟ କର୍ମଚରୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ବରିଷ୍ଠ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧି ଗଣ ଉପସ୍ଥିତ ଥିଲେ।

Exit mobile version