Site icon Awaj Media

ମା ସମଲେଇ ମନ୍ଦିର ପରିକ୍ରମା ପ୍ରକଳ୍ପ ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବରେ ୫ ଜଣ ସେବାୟତ ଙ୍କ ଯୋଗଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା – ଆସନ୍ତା କାଲି ଜାନୁଆରି ୨୭ ତାରିଖରେ ହେବାକୁ ଥିବା ମା ସମଲେଇ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଗଜପତି ଜିଲ୍ଳାର ରୁ ୫ ଜଣ ସେବାୟତ ତଥା ଲୁହାଖମ୍ୱ ମନ୍ଦିର ରୁ ଶ୍ରୀ ଚିତ୍ରସେନ ନାୟକ ଓ ଶ୍ରୀ ହରୀ କାର୍ଜି ସେହିପରି ଜଗନ୍ନାଥ ମନ୍ଦିର ଚନ୍ଦ୍ର ଗିରିରୁ ରୁ ଶ୍ରୀ ରାମ ଚନ୍ଦ୍ର ପୁଝାରୀ ଓ ଶ୍ରୀ ବସନ୍ତ କୁମାର ପ୍ରଧାନ, ମା କୁରେଇଶୁଣୀ ମନ୍ଦିରରୁ ପୂର୍ଣ୍ଣ ଚନ୍ଦ୍ର ରାଉତ ଓ ଶ୍ରୀ କୁଞ୍ଜ ବିହାରୀ ବଡ଼ନାୟକ ସମେତ ନୋଡାଲ ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସମ୍ବଲପୁର ସ୍ଥିତ ମା ସମଲେଇ ମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଲୋକାର୍ପଣ ଉତ୍ସବରେ ଯୋଗ ଦେବା ପାଇଁ ଆଜି ଏକ ସତନ୍ତ୍ର ଗାଡ଼ି ଯୋଗେ ବାହାରିଛନ୍ତି। ଏହି ଗାଡ଼ିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ସମେତ କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version