Site icon Awaj Media

ବାଣୀଗୋଛା ଥାନା ଶାଳଭଙ୍ଗା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର – ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଶାଳଭଙ୍ଗା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ୍- ବସ ମୁହାଁମୁହିଁ ଧକ୍କାରେ ୩ ମୃତ , 25ରୁ ଅଧିକ ଆହତ । 11 ଜଣ ଗୁରୁତର ଛାତ୍ରଛାତ୍ରୀ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି । ଦଶପଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଟୁରିଷ୍ଟ ଯାଉଥିବା ବେଳେ ଘଟିଛି ଭୟଙ୍କର ଦୁର୍ଘଟଣା । ବସ ଭିତରେ 50 ରୁ ଅଧିକ ଯାତ୍ରୀ ଥିବା ଜଣା ପଡିଥିବା ବେଳେ ୧୨ ଜଣ ଦଶପଲ୍ଲା ମେଡ଼ିକାଲ ରେ ଭର୍ତି ହୋଇଥିଲେ । ଏବଂ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦଶପଲ୍ଲା ମେଡ଼ିକାଲ ରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ଭୁବନେଶ୍ୱର ସ୍ଥାନାନ୍ତର ହୋଇଛନ୍ତି । ବର୍ତ୍ତମାନ ଛାତ୍ରୀ ଶୁଭସ୍ମିତା ସାହୁ ଗୁରୁତର ଭାବରେ ନୟାଗଡ଼ରେ ଚିକିତ୍ସିତ ହେଉଛନ୍ତି । ମୃତ ଲୋପାମୁଦ୍ରା ପ୍ରଧାନଙ୍କ ମୃତ ଶରୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ବେଳେ ପରିବାର ଲୋକେ ପାଖରେ ଅଛନ୍ତି ।

Exit mobile version