ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ – ମହାମାରୀ କରୋନାର ତାଣ୍ଡବଲୀଳାରେ ସମଗ୍ର ବିଶ୍ବ ତ୍ରାହି ତ୍ରାହି ଡାକୁଥିବା ବେଳେ ଜୀବନକୁ ବାଜି ଲଗାଇ ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଆଜକୁ ଦୀର୍ଘ ୧୪୦୭ ଦିନ ଧରି ମହାମାରୀ କରୋନା ସଚେତନତା ଓ କୋଭିଡ୍ କିଟ୍ ବଣ୍ଟନ ସହ ଗରିବ ଓ ଅସହାୟ ଲୋକ ମାନଙ୍କୁ ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ ମାଧ୍ୟମରେ ରିଲିଫ ସାମଗ୍ରୀ ବଣ୍ଟନ ଜାରି ରଖିଛି। ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଫାଉଣ୍ଡେସନର ଦିନ ସଂଖ୍ୟା ୧୪୦୧ ରୁ ୧୪୦୭ ଦିନ ପର୍ଯ୍ୟନ୍ତ ସାତ ଦିନ ଧରି ଅର୍ଥାତ୍ ଗତ ୨୧ ଜାନୁୟାରୀ ୨୦୨୪ ରୁ ୨୭ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ସଚେତନତା ସହ କୋଭିଡ୍ କିଟ୍ ଏବଂ ଗରିବ ଓ ଅସହାୟ ମାନଙ୍କୁ ରିଲଫ୍ ବଣ୍ଟନ ଜାରି ରଖିଥିବାର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଭାରତବର୍ଷରେ ଗତ ଗୁରୁବାର ଦିନ କୋଭିଡ୍ ଆକ୍ଟିଭ କେସ ୧,୭୬୪, ଶୁକ୍ରବାର ଦିନ ୧,୬୭୪ ଏବଂ ଆଜି ଏହାର ସଂଖ୍ୟା ୧,୬୨୩ ରହିଛି। ଏଣୁ ସଚେତନତାର ଆବଶ୍ୟକତାକୁ ଉପଲବ୍ଧି କରି ସମାଜସେବୀ ଶ୍ରୀକ୍ଷେତ୍ର ସାହୁ,ସୁମନ ମଲ୍ଲିକ ଏବଂ ତାଙ୍କର ସାଥି ମାନେ ଏହି କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି। ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଥିବା ବେଳେ ୫୬ ତମ ସମୀକ୍ଷା ବୈଠକ ସ୍ଥାନୀୟ ମଙ୍ଗଳପୁର ସ୍ଥିତ ଡଲଫିନ ଡ୍ଯାନ୍ସ ସ୍କୁଲ ଆଣ୍ଡ ଗ୍ରୁପ୍ ପରିସରରେ ଗତ ୨୦ ତାରିଖ ଶନିବାର ଅପରାହ୍ନ ୪ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଥିଲା। ଏହା ସହ ଶନିବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସାତ ଦିନ ଧରି ୭୫ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆଲୋଚନା ଚକ୍ର, ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ସମୀକ୍ଷା ବୈଠକରେ ସମୀକ୍ଷକ ଭାବରେ ମିହିର କୁମାର୍ ମଲ୍ଲିକ, ସୁମନ୍ତ କୁମାର ଦାଶ, ସ୍ମୃତିମୟୀ ଜେନା, ପୂଜା ଜେନା, ଦୁର୍ଗାପ୍ରସାଦ ରାଉତ ଆଦି ଯୋଗଦାନ କରିଥିଲେ।
ଚିନ୍ମୟ ଫାଉଣ୍ଡେସନର ୫୬ ତମ ସମୀକ୍ଷା ବୈଠକ ସହ ୨୦୧ ତମ ସାପ୍ତାହିକ କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ !!!

