Site icon Awaj Media

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚିନ୍ମୟ ଫାଉଣ୍ଡେସନର ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମ !!!

Spread the love

ମୟୁରଭଞ୍ଜ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ – ପ୍ରତ୍ୟେକ ଦିନ ହେବ ମହୋତ୍ସବର ଦିନ, ପ୍ରତି ପ୍ରତ୍ୟେକ ମୂହୁର୍ତ୍ତ ହେବ କଳା, ସାହିତ୍ୟ, ସଂସ୍କୃତି, ସଂସ୍କାର, ଶିକ୍ଷା ଓ ସମାଜସେବା ପାଇଁ ଚିନ୍ତନ ଏବଂ କାର୍ଯ୍ୟକ୍ରମର ମୂହୁର୍ତ୍ତ ,ପ୍ରତି ପ୍ରତ୍ୟେକ ମଣିଷ ହେବେ ଜଣେ ଜଣେ ସମ୍ବାଦପତ୍ର । ସମଗ୍ର ବିଶ୍ବର ମାନବ ଜାତିକୁ ଗୋଟିଏ ସୂତ୍ରରେ ବାନ୍ଧି ରଖି ମାନବବାଦର ପ୍ରଚାର ପ୍ରସାର ସହ ବିଶ୍ୱରେ ଶାନ୍ତି, ମୈତ୍ରୀ ଓ ଏକତା ସ୍ଥାପନ ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁର ଠାରେ ଗଢି ଉଠିଛି ଆନ୍ତର୍ଜାତୀୟ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। ଏହି ଫାଉଣ୍ଡେସନ ଜରିଆରେ ବିଭିନ୍ନ ଦେଶର ଗ୍ରାମାଞ୍ଚଳ ମାନଙ୍କରେ ଶାଖା କାର୍ଯ୍ୟାଳୟ ମାନ ଗଠନ କରାଯାଇ ଗ୍ରାମାଞ୍ଚଳର ପ୍ରତିଭା ମାନଙ୍କୁ ବିଶ୍ୱ ଦରବାରରେ ପରିଚିତ କରାଇବାର ଲକ୍ଷ୍ୟରେ ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ, ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ ବ୍ଲକ ଅନ୍ତର୍ଗତ କୁଲାଦହଣୀ ପଞ୍ଚାୟତର ହାତୀମଡା ଗ୍ରାମରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ଉତ୍ତର ଓଡ଼ିଶା ଶାଖା ସଂଯୋଜକ ସୁଶାନ୍ତ କୁମାର ନାଏକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ଆୟୋଜିତ ସଭା ଓ ଆଲୋଚନା ଚକ୍ରରେ ଭୀମ ନାଏକ, ଧୁଶାସନ ନାଏକ, ଶମ୍ଭୁ ଝରିଆଳ, ରଞ୍ଜିତ ଝରିଆଳ, ବୁଧୁ ନାଏକ, କୁଳମଣି ନାୟକ ଆଦି ଯୋଗଦାନ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇ ଥିଲେ। ସେହିପରି ରରୁଆଁ ବ୍ଲକର ତିଳକଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶିରାକୁଳୀ ଗ୍ରାମରେ ସମାଜସେବୀ ସରୋଜ କୁମାର ନାଏକଙ୍କ ନେତୃତ୍ବରେ ଆୟୋଜିତ ସଭାରେ ଶୁକଦେବ ଦେହୁରୀ, ଦିଲ୍ଲୀପ ଦେହୁରୀ, ଜଗେନ୍ଦ୍ର ନାଏକ, ଦୁଶାସନ ନାଏକ, ପ୍ରଦୀପ କୁମାର ନାଏକ, ବିରଞ୍ଚି ନାଏକ, ଦିନେଶ କୁମାର ନାଏକ, ବୁଧୁରାମ ନାଏକ, ପପୁ ନାଏକ ଆଦି ଯୋଗଦାନ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ଚାଙ୍ଗୁ ବାଦ୍ୟ,ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ସେହିପରି ଗୁଦ୍ଗୁଡ଼ିଆ ପଞ୍ଚାୟତ ଅନ୍ତର୍ଗତ ବିଲାପଘା ଗ୍ରାମରେ ଆୟୋଜିତ ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମର ଆଲୋଚନା ଚକ୍ରରେ ଅତିଥି ଭାବରେ ଧନେଶ୍ଵର ନାଏକ, ଯୋଗେଶ୍ୱର ନାଏକ, ଶୌଳ ନାଏକ, ମହେଶ୍ୱର ନାଏକ, ବିରେନ୍ଦ୍ର ନାଏକ,ସୁରେନ୍ଦ୍ର ନାଏକ,ରାଧାକାନ୍ତ ନାଏକ, କୌଶନ ନାଏକ, କପିଳ ନାଏକ ଆଦି ଯୋଗଦାନ କରିଥିଲେ।ଶୃକୁଳି ବ୍ଲକ୍ ଅନ୍ତର୍ଗତ କାଶିଆ ଗ୍ରାମରେ ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ପ୍ରଦୀପ କୁମାର ନାଏକ, କରୁଣାକର ନାଏକ, ବିରଞ୍ଚି ନାଏକ, ଦୁଶାସନ ନାଏକ, ଯୁଗେନ୍ଦର ନାଏକ, ରଞ୍ଜିତ ନାଏକ, ବୃନ୍ଦାବନ ନାଏକ ଆଦି ଯୋଗଦାନ କରିଥିଲେ।

Exit mobile version