Site icon Awaj Media

ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ୨୦୨୪ ସମ୍ମାନ ରେ ସମ୍ମାନୀତ ହେଲେ ରବିନାରାୟଣ ପଟ୍ଟନାୟକ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡ଼ିଶା ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜୟଦୁର୍ଗା ଗ୍ରାଉଣ୍ଡ ହାଟଡିହି ରେ ଆୟୋଜିତ କାଯ୍ୟକ୍ରମରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରବିନାରାୟଣ ପଟ୍ଟନାୟକ ଙ୍କୁ ଜୟଦୂର୍ଗା ଫାଉଣ୍ଡେସନ ସମ୍ମାନ ୨୦୨୪ ସମ୍ମାନ ରେ ସମ୍ମାନିତ କରାଯାଇଛି । ବରେଣ୍ୟ ଅତିଥି ମାନେ ଶ୍ରୀ ପଟ୍ଟନାୟକ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ସମ୍ମାନ ଗ୍ରହଣ ସମୟ ରେ ଶ୍ରୀ ପଟ୍ଟନାୟକ ଭାବବିହ୍ଵଳ ହୋଇ ଯାଇଥିଲେ । ସମ୍ମାନ ଗ୍ରହଣ କରି ନିଜ ପ୍ରତିକ୍ରିୟା ରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଏହି ସ୍ଥାନରେ ତାଙ୍କ ବାପାଙ୍କ ବାଲ୍ୟଜୀବନ କଟିଛି ଆଉ ସେଇ ଜାଗାରୁ ସମ୍ମାନ ଗ୍ରହଣ କରିଥିବାରୁ ଅନୁଷ୍ଠାନ ର ସମସ୍ତ ସଦସ୍ୟଙ୍କୁ କୁତଜ୍ଞତା ଜଣାଇଥିଲେ । ସମାଜସେବାପାଇଁ ଓଡ଼ିଶା ର ବିଭିନ୍ନ ଜାଗାରୁ ସମ୍ମାନିତ ହେଇଛନ୍ତି । ଏହି ସମ୍ମାନ ଗ୍ରହଣ କରିବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Exit mobile version