Site icon Awaj Media

ନୟାଗଡ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ପରିଦର୍ଶନ କଲେ ନୂତନ ଜିଲ୍ଲାପାଳ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ର ନୂତନ ଜିଲ୍ଲାପାଳ ସ୍ବଧା ଦେବ ସିଂ ଅପରାହ୍ନରେ ହଠାତ୍ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ପରିଦର୍ଶନ ସହ ସମୀକ୍ଷା କରିଥିଲେ । ଆମ ହସ୍ପିଟାଲ ଯୋଜନାରେ ଚାଲିଥିବା ସମସ୍ତ କାର୍ଯ୍ୟକୁ ଯଥା ଶୀଘ୍ର ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥି ସହିତ ଏମ୍ ସିଏଚ୍ ବିଲ୍‌ଡିଂ ଲେବର ରୁମ ବୁଲି ଦେଖିଥିଲେ । ୧୦୦ ଶଯ୍ୟା ବିଶିଷ୍ଟ ନୂତନ ଗୃହକୁ ଯାଇ ମେଡ଼ିଶିନ୍ ୱାର୍ଡ଼, ସର୍ଜରୀ ୱାର୍ଡ଼ ପରିଦର୍ଶନ କରିବା ସହ ଏହାର ସମୀକ୍ଷା କରିଥିଲେ । ଜିଲ୍ଲାପାଳ ବ୍ଲଡ଼ ବ୍ୟାଙ୍କ, ଏନଆରସି ଓ ଡିଡିସି ଗୃହ ଦେଖିଥିଲେ । ତାକ୍ତରଖାନା ଭିତରେ ଥିବା ଗାଡ଼ି ପାର୍କିଂ ସ୍ଥାନ , ହେଲ୍ପ ଡେସ୍କ ପରିଦର୍ଶନ କରିଥିଲେ । ଡାକ୍ତରଖାନାରେ ଡାକ୍ତର ସମସ୍ୟା କଣ ରହିଛି ଏହା ଉପରେ ଆଲୋଚନା କରିଥିଲେ । ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

 

Exit mobile version