Site icon Awaj Media

ମତ୍ସ୍ୟ ଚାଷ ପ୍ରଶିକ୍ଷଣ ମାଧ୍ୟମରେ ସ୍ୱାବଲମ୍ବି ହେଲେ ଯୁବକ ଯୁବତୀ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ମତ୍ସ୍ୟ ଚାଷ ପ୍ରଶିକ୍ଷଣ ମାଧ୍ୟମରେ ସ୍ୱାବଲମ୍ବି ହେଲେ ଯୁବକ ଯୁବତୀ ! କ୍ଷାର ଜଳ ପ୍ରଶିକ୍ଷଣ କେନ୍ଦ୍ର ନେହେରୁ ବଙ୍ଗଳା,ପାରାଦୀପରେ ଓଡ଼ିଶାର ୬ ଗୋଟି ଉପକୂଳବର୍ତ୍ତୀ ଜିଲ୍ଲାର ୪୧ ଜଣ ମତ୍ସ୍ୟଚାଷୀ ୨୦ଜଣ ମହିଳା ଏବଂ ୨୧ ଜଣ ପୁରୁଷ ମତ୍ସ୍ୟଚାଷୀଙ୍କୁ ନେଇ ୧୫ ଦିନିଆ ଆବାସିକ ମତ୍ସ୍ୟଚାଷୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି ! ଯାହା ୧୫ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହୋଇଛି ! ୨୦୨୩ – ୨୪ ଆଥିର୍କ ବର୍ଷରେ ଏହା ୫ର୍ଥ ବ୍ୟାଚ ତାଲିମ ହୋଇଥିବା ସ୍ଥଳେ, ଏହି ବର୍ଷରେ ଆହୁରି ଗୋଟେ ବ୍ୟାଚ ତାଲିମ କାର୍ଯ୍ୟକ୍ରମ ହେବାର ଓଡିଶା ସରକାର ଯୋଜନା କରିଛନ୍ତି ! ପ୍ରଶିକ୍ଷାର୍ଥି ମାନଙ୍କୁ ବିଭିନ୍ନ ମତ୍ସ୍ୟଚାଷର ପ୍ରଣାଳୀ ବିଷୟରେ ବୈଜ୍ଞାନିକ ଡଃ.ଅମ୍ବିକା ପ୍ରସାଦ ନାୟକ କେ. ବି.କେ ପୁରୀ, ଡଃ ସତ୍ୟନାରାୟଣ ସେଠୀ ମୂଖ୍ୟ ବୈଜ୍ଞାନିକ ସିଫା ଭୁବନେଶ୍ୱର, ଡଃ.ଜ୍ଞାନରଞ୍ଜନ ମିଶ୍ର, ଆସିଷ୍ଟାଣ୍ଡ ଡାଇରେକ୍ଟର, ଭି.ଓ.ଟି.ଆଇ ଭୁବନେଶ୍ବର ଡଃ.ଗିରିଶି ପ୍ରସାଦ ସ୍ୱାଇଁ, ପ୍ରଫେସର ଗୋପବନ୍ଧୁ ଏକାଡେମୀ ଭୁବନେଶ୍ୱର ଡଃ.ଗୋପାଳ ଆନନ୍ଦ, ଆସିଷ୍ଟାଣ୍ଡ ଡାଇରେକ୍ଟର ଏମ.ପି.ଇ ଡି.ଏ ଭୁବନେଶ୍ୱର, ଏବଂ ମତ୍ସ୍ୟବିଭାଗ ତଥା ଅନଲାଇନ ଡିପାଟମେନଟ ର ଏକ୍ସପର୍ଟ ମାନେ ଆସି ଶିକ୍ଷା ପ୍ରଦାନ କରିଥିଲେ ! ପିଲାମାନଙ୍କୁ ଜଗତସିଂହପୁର କୃଷିବିଜ୍ଞାନ କେନ୍ଦ୍ର ଓ ସଫଳ ମତ୍ସ୍ୟଚାଷୀ ମାନଙ୍କର ପୋଖରୀ ସବୁ ବୁଲାଇ ଦେଖାଇଥିଲେ ! ପ୍ରଶିକ୍ଷାର୍ଥୀ ମାନେ ବୈଜ୍ଞାନିକ ପଦ୍ଧତିରେ କିପରି ମତ୍ସ୍ୟଚାଷ କରି ଲାଭ ହେବେ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏ ନେଇ ପ୍ରଶିକ୍ଷାର୍ଥି ମାନେ ସରକାର ଓ କେନ୍ଦ୍ରର ଉପାଧ୍ୟକ୍ଷ ସୁବାଶ ଚନ୍ଦ୍ର ସେଠୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସରକାରଙ୍କ ତରଫରୁ ତାଲିମ ନେଉଥିବା ମତ୍ସ୍ୟଚାଷୀ ମାନଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ଦୈନିକ ୪୦୦ ଟଙ୍କା ଲେଖାଏଁ ଭତ୍ତା ସହିତ ଯିବା ଆସିବା ଖର୍ଚ୍ଚ ବାବଦକୁ ୧୦୦୦ ଟଙ୍କା ଲେଖାଏଁ ଦିଆଯାଉଥିବା ସ୍ଥଳେ ମାଗଣାରେ ରହିବା ଓ ଖାଇବା ର ବ୍ୟବସ୍ଥା କରାଯାଇଥିଲା ! ପ୍ରଶିକ୍ଷଣ କେନ୍ଦ୍ର ର କର୍ମଚାରୀ ଅକ୍ଷୟ କୁମାର ମାଝୀ, ଭାସ୍କର ଚରଣ ସାମନ୍ତରାୟ, ରାଜକିଶୋର ମହାନ୍ତି, ସୁପ୍ରିୟା ପ୍ରାଧାନ ପ୍ରମୁଖ ପ୍ରଶିକ୍ଷଣ କେନ୍ଦ୍ର ପରିଚାଳନା କରିଥିଲେ ।

Exit mobile version