Site icon Awaj Media

ବାଣପୁର ବରବରା ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ : କାରଣ ଅସ୍ପଷ୍ଟ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଞ୍ଜ ବରବରା ସେକ୍ସନ ଖାରୀୟାପଲ୍ଲୀ କାଜୁ ଜଙ୍ଗଲରେ ୩୫ ବର୍ଷୀୟ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣା ପଡିଛି । ଦନ୍ତା ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ବନବିଭାଗ ଡିଏଫଓ ପୁର୍ଣିମା ପାଣ୍ଡିଆନ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି I ଖବର ନେବାରେ ଜଣାଯାଏ ଯେ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଦାମିଆ ବରବରା ଜଙ୍ଗଲର ଖାରୀୟାପଲ୍ଲୀ ବିଟ ଅଞ୍ଚଳର ବେଗୁନପୁଟ କାଜୁ ଜଙ୍ଗଲ ରେ ଏକ ଦନ୍ତା ହାତୀ ମରି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବାଲୁଗାଁ ବନ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ଡିଏଫଓ, ରେଞ୍ଜର, ଭେଟନାରୀ ଟିମ, ଆର ସିସି ଏଫ, ଓ ଅନ୍ୟାନ୍ୟ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖି ଥିବାବେଳେ ରିପୋର୍ଟ ଲେଖା ହେବା ବେଳକୁ ମୃତ ହାତୀ ର ଶବ ବ୍ୟବଛେଦ ହୋଇନଥିଲା I ତେବେ ହାତୀ କିପରି ମଲା ତାହାର କାରଣ ଅସ୍ପଷ୍ଟ ଥିବାବେଳେ ଶବ ବ୍ୟବଛେଦ ପରେ ପ୍ରକୃତ ଘଟଣା ଜଣାପଡିବ । ତେବେ ଜଙ୍ଗଲ ବିଭାଗ ପକ୍ଷରୁ ଏହି ହାତୀକୁ ଟ୍ରାକ କରା ଯାଉଥିଲା | ଗୁରୁବାର ରାତିରେ ମୃତ୍ୟୁ ହୋଇଥିବା ବେଳେ ଶୁକ୍ରବାର ସକାଳୁ ଜଣା ପଡିଥିଲା | ଘଟଣା ସ୍ଥଳରେ ଡ଼ିଏଫଓ ଙ୍କ ସମେତ ବନ କର୍ମଚାରୀ ଉପସ୍ଥିତ ଅଛନ୍ତି ।।

Exit mobile version