Site icon Awaj Media

ଚିଲିକା ପ୍ରେସ କ୍ଲବ ର ବନ୍ଧୁ ମିଳନ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ଅଗ୍ରଣୀ ସାମ୍ବାଦିକ ସଂଘ ଚିଲିକା ପ୍ରେସ କ୍ଲବ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ରବିବାର ନାଚୁଣୀ ସ୍ଥିତ ମାଆ ପାଣ୍ଡବାଶୁଣି ଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବାଲୁଗାଁ, ବାଣପୁର, ଚିଲିକା ଓ ଟାଙ୍ଗୀ ଅଞ୍ଚଳ ର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଗଢ଼ି ଉଠିଥିବା ଚିଲିକା ପ୍ରେସ କ୍ଲବ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ନୃତନ ସଭ୍ୟ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଏହି ଅବସରରେ କ୍ଲବ ର ସଭାପତି ପ୍ରକାଶ କୁମାର ପ୍ରଧାନ ଙ୍କ ସଭାପତିତ୍ଵ ରେ ଏକ ସଭା କାର୍ଯ୍ୟ ଆୟୋଜିତ ହୋଇଥିଲା । ଉକ୍ତ ସଭା କାର୍ଯ୍ୟରେ ନୂତନ ସଭ୍ୟ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ ବରିଷ୍ଠ ସାମ୍ବାଦିକ ତଥା କ୍ଲବର ଉପଦେଷ୍ଟା ନୃସିଂହ ପ୍ରସାଦ ମିଶ୍ର । ନୂତନ ସଭ୍ୟ ଭାବରେ ସାମ୍ବାଦିକ ତଥା ଜୟ ଓଡ଼ିଶା ଖବର କାଗଜ ସମ୍ପାଦକ ବନମାଳି ସାହୁ, ଗମ୍ଭାରୀମୁଣ୍ଡା ଧରିତ୍ରୀ ପ୍ରତିନିଧି ଦିଲ୍ଲୀପ କୁମାର ସ୍ବାଇଁ ଓ କ୍ଲବର ପୁରାତନ ସଭ୍ୟ ନାଚୁଣୀ ପ୍ରମେୟ ପ୍ରତିନିଧି ଦିଲ୍ଲୀପ କୁମାର ସ୍ବାଇଁ ପୁଣିଥରେ କ୍ଲବରେ ସାମିଲ ହୋଇଥିଲେ । ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଚିଲିକା ପ୍ରେସ କ୍ଲବର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି କିପରି ଚିଲିକା କୁ ଏକ ପର୍ଯ୍ୟଟନ ସ୍ଥଳ କ୍ଷେତ୍ରରେ ମାନ୍ୟତା କରାଯିବ ସେନେଇ ସଂକଳ୍ପ, ଟୋଲ ଗେଟ ରେ ସାମ୍ୱାଦିକ ଙ୍କୁ ଦେୟମୁକ୍ତ କରାଯିବ ଓ ଶେଷରେ ଚିଲିକା ପ୍ରେସ ର ଏକ ଗୃହ ନିର୍ମାଣ କରାଯିବା ନେଇ ସମସ୍ତ ସଭ୍ୟ ବକ୍ତବ୍ୟ ମାଧ୍ୟମରେ ସ୍ଥାନୀୟ ପ୍ରଶାସନ ଙ୍କୁ ଅନୁରୋଧ କରିଥିଲେ ।।

Exit mobile version