Site icon Awaj Media

ବିନୋଦିନୀ ପ୍ରାଙ୍ଗଣ ରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ଅବସରରେ ଓଡ଼ିଆ ସାହିତ୍ୟ , ସଂଗୀତ ଓ ନୃତ୍ୟ ପାଇଁ ସମ୍ବର୍ଦ୍ଧନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ର ଅଦ୍ୟାବଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଯାହା ଭୁବନେଶ୍ୱର ଜନତା ମଇଦାନରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୩ ତାରିଖରୁ ର ୫ ତାରିଖ ପର୍ଯ୍ୟନ୍ତ ମହା ସମାରୋହରେ ପାଳିତ ହେବାକୁ ଯାଉଛି ା ଯାହା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ଦ୍ୱାରା ଉଦ୍ଘାଟନ ହେବା ଅବସରରେ ସମସ୍ତ ମହାପୁରୁଷଙ୍କୁ ପୁଷ୍ପମାଲ୍ୟର୍ପନ ଓ ପ୍ରଦୀପ ପ୍ରଜ୍ୱଳନ କରାଗଲା ା ତତ୍ପରେ ଠିକ ୧୧ ଟା ସମୟରେ ବିଷିଷ୍ଟ ଅତିଥି ଭାବେ ଆତିଥ୍ଯ ଗ୍ରହଣ କରିଥିବା ଉପାନ୍ତ ପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ର , ସଙ୍ଗୀତଜ୍ଞ ଶ୍ରୀଯୁକ୍ତ ରଘୁନାଥ ପାତ୍ର , ନୃତ୍ୟଶିଳ୍ପୀ ସୁଶ୍ରୀ ଡି. ପ୍ରିୟଙ୍କା ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ , ଅଧ୍ୟାପକ , ଅଧ୍ୟାପିକା ଓ ଛାତ୍ରଛାତ୍ରୀ ସମୂହ ଭାବେ ” ବନ୍ଧେ ଉତ୍କଳ ଜନନୀ ” ସଂଗୀତ ଗାନ କରିଥିଲେ ା ଏହାର ପରବର୍ତ୍ତୀ ସମୟରେ ଉପସ୍ଥିତ ଥିବା ଅତିଥି ମାନଙ୍କୁ ପୁଷ୍ପଗୁଛ , ଉପଢୋକନ ଆଦି ସହ ସମ୍ମାନୀତ କରାଯାଇ ଓଡ଼ିଆ ଜାତିର ଅସ୍ମିତାକୁ ଅତି ଉଲ୍ଲାସର ସହ ପାଳନ କରାଯାଇଥିଲା ! ଏହା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମର ପ୍ରସାରଣକୁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା ! ଶେଷରେ ଅଧ୍ୟକ୍ଷ ମନୋଜ କୁମାର ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ା

Exit mobile version