ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ୧୩ ଦଫା ଦାବୀ ନେଇ ସୁକିନ୍ଦା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଲ୍ ଇଣ୍ଡିଆ ମହିଳା ସାସ୍କୃତିକ ସଂଗଠନ ସମ୍ପାଦିକା କମ୍ରେଡ ଲିଲି ମହାନ୍ତ ନେତୃତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଂଗଠନର ମୁଖ୍ୟ ପ୍ରବକ୍ତା ସୁରେଶ ପ୍ରଧାନ , ଓଡ଼ିଶା ରାଜ୍ୟ କମିଟି ସଭ୍ୟ ଶରତ ବାରିକ, ଜିଲ୍ଲା କମିଟି ସଭ୍ୟ ରାଜ କିଶୋର ମହାନ୍ତ , ସଭ୍ୟ ଚକ୍ରଧର ମହାନ୍ତି, ଚାଷୀ ନେତା ନୃସିଂହ ମହାନ୍ତ ପ୍ରମୁଖ ଯୋଗଦେଇ ଜନଜୀବନର ଜ୍ୱଳନ୍ତ ସମାସ୍ୟା ଉପରେ ଦାବୀ ଉପସ୍ଥାପନ କରିଥିଲେ ।
୧୩ ଦଫା ଦାବିରେ ଏସ୍.ୟୁ.ସି.ଆଇ ପକ୍ଷରୁ ସୁକିନ୍ଦା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ !!!

