Site icon Awaj Media

କଳାପଥର ଧଳାପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କଳାପଥର ଧଳାପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ପୂର୍ଵରୁ ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭିତରେ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଉଦଯାପନୀ ସାରସ୍ୱତ ସଭାରେ କୃତୀ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଏବଂ ନଗଦ ଅର୍ଥ ଦେଇ ପୁରସ୍କୃତ କରାଯାଇଥିଲା | ବିଶ୍ୱ “ଓଡ଼ିଆ ଭାଷା ସମ୍ମିଳନୀ ” ର ଆୟୋଜନ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଯାପନ ପରିପ୍ରେକ୍ଷୀରେ ଆୟୋଜିତ ଆଲୋଚନା ଚକ୍ର ‘ ଓଡିଶା ଜନ ଜୀବନରେ ଶ୍ରୀଜଗନ୍ନାଥ ‘ କୁ ମୁଖ୍ୟଅତିଥି ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼ କୈଳାସ ବାଣ୍ଠ , ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ଳଳନ କରିଵା ପରେ ଆଧ୍ୟାତ୍ମିକ ସାରସ୍ୱତ ସଭା ଆରମ୍ଭ ହୋଇଥିଲା | ମହାବିଦ୍ୟାଳୟର ଅଧ୍ୟକ୍ଷ ସୁନନ୍ଦ କୁମାର ଛାଟୋଇଙ୍କ ସଭାପତିତ୍ୱରେ ନିମନ୍ତ୍ରିତ ମୁଖ୍ୟବକ୍ତା ତଥା ଆମ ପରିବାର ଚକ୍ରର ଆବାହକ କୁମାର ଅମୀୟ (ବୁଲୁ ବାବା ), ସମ୍ମାନିତ ଅତିଥି ଓଡ଼ିଆ ଅଧ୍ୟାପିକା ମମତା ଜେନା ଆଲୋଚନା ଚକ୍ରର ବିଷୟ ବସ୍ତୁ ଉପରେ ଛାତ୍ରଛାତ୍ରୀଙ୍କୁ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ | ଅଧ୍ୟାପକ ହେମନ୍ତ କୁମାର ଛୋଟରାୟ ଅତିଥି ପରିଚୟ ଦେଇଥିବା ବେଳେ ଅଧ୍ୟାପିକା ତୃପ୍ତି ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ | ଇତିହାସ ଅଧ୍ୟାପିକା ଡ଼ ମୋୖସିମ ପଟେଲଙ୍କ ସଂଚାଳନରେ ସମସ୍ତ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପାଦନ କରିବାରେ ଅଧ୍ୟାପିକା ରୁପାଲୀ ରାଜ ପ୍ରଧାନ, ଅଧ୍ୟାପିକା ଡଲି ସାହୁ, ପ୍ରଶାନ୍ତ ବିଶ୍ୱାଳ, ମୁକେଶ ସାହୁ, ମାନଗୋବିନ୍ଦ ପ୍ରଧାନ ଏବଂ ନୂତନ ଭାବେ ଯୋଗ ଦେଇଥିବା ଓଡ଼ିଆ ଅଧ୍ୟାପକ ବିଷ୍ଣୁପ୍ରସାଦ ପ୍ରମୁଖ ସହଯୋଗ କରିଥିଲେ |

Exit mobile version