Site icon Awaj Media

ନବ ନିର୍ମିତ ଶ୍ରୀଗୁଣ୍ଡିଚା ମନ୍ଦିର ରତ୍ନ ମୁଦ୍ରଣ ନିମନ୍ତେ କଳସ ଯାତ୍ରା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ହାଇସ୍କୁଲ ନିକଟରେ ନବ ନିର୍ମିତ ଗୁଣ୍ଡିଚା ମନ୍ଦିରର ରତ୍ନ ମୁଦ୍ରଣ କାର୍ଯ୍ୟକ୍ରମ ନିମନ୍ତେ କଳସ ଯାତ୍ରା ବିଧି ପୂର୍ବକ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ଶତାଧିକ ମହିଳା, ମନ୍ଦିର କର୍ମକର୍ତ୍ତା ଓ ଅଞ୍ଚଳ ବାସୀ ଭକ୍ତମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ନଦୀରେ ପୂଜା ଅର୍ଚ୍ଚନା କରି ଗଙ୍ଗା ଆବାହନ ପରେ ରାମେଶ୍ବର ମନ୍ଦିର, ପାଟ୍ଟଖଣ୍ଡା ମନ୍ଦିରରୁ ଆଜ୍ଞାମାଳ ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଥିଲେ। ଏହି କାର୍ଯ୍ୟକ୍ରମରେ ପୂଜକ ଭାବେ ସ୍ଵର୍ଣ୍ଣ ପଦକ ପ୍ରାପ୍ତ ତଥା ଯଜ୍ଞ ସମ୍ରାଟ ନୀଳମାଧବ ତ୍ରିପାଠୀ, ପୁରୋହିତ ସୁମନ ପଣ୍ଡା,ପ୍ରତାପ ଦାସ,ପବିତ୍ର ଦାସ, ରବିନ୍ଦ୍ର ନାଥ ଶତପଥୀ, ଉମାକାନ୍ତ ଦାସ, ଶ୍ରୀଧର ତ୍ରିପାଠୀ,କମଳ ଲୋଚନ ଦାସ ପ୍ରମୁଖ ଯୋଗ ଦେଇ ପୂଜା କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ। ଏହା ସହ କଞ୍ଜାମେଣ୍ଡି, ଇଶ୍ଵର ପଲ୍ଲୀ, ଡାମେରିକିଆ,ସିର୍ତ୍ତିଗୁଡା,କୁଡୁତୁଲି,ଗହିଙ୍ଗିଆ, ନେଡ଼ିଗୁଡ଼ା, ପୁରୁଣା ନୂଆଗାଁ,ଗୁରୁମାହା ଅଞ୍ଚଳର ସଂକୀର୍ତ୍ତନ ମଣ୍ଡଳୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଜଗନ୍ନାଥ ପଞ୍ଚ ରାତ୍ର ପାରାୟଣ ପ୍ରବଚନ ହେଉଛି। ଉକ୍ତ କାର୍ଯ୍ୟକ୍ରମକୁ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ତଥା କର୍ତ୍ତା କୃଷ୍ଣ ମୋହନ ପାଣିଗ୍ରାହୀ, ସମ୍ପାଦକ ଧବଳେଶ୍ୱର ପାତ୍ର, ଉପ ସଭାପତି ପଣ୍ଡିତ କୁମାର ବିଶିମାଝୀ, ଗୁରୁରାମ ପାତ୍ର, ସୁବାଷ ଚନ୍ଦ୍ର ମହାରଣା,ପ୍ରଭାତ କୁମାର ପାଣିଗ୍ରାହୀ, ହୃଷୀକେଶ ପାଢ଼ୀ, ରଞ୍ଜିତ କୁମାର ପଣ୍ଡା, ଫକିର ମୋହନ ଦାସ, ବିଜୟ କୁମାର ସାହୁ, ମନୋଜ କୁମାର ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା, ବଣିକ ସଂଘ, ବଜରଙ୍ଗୀ ଯୁବକ ସଂଘ,ମିଶନ ଶକ୍ତି ମହିଳା ଓ ଗ୍ରାମବାସୀ ମାନେ ପରିଚାଳନାରେ ସହଯୋଗ କରୁଛନ୍ତି ।

Exit mobile version