ଜୋଡୁମ ପଞ୍ଚାୟତ ଇନ୍ଦ୍ରାଙ୍ଗ ଗ୍ରାମରେ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ !!!

Spread the love

ବଡ଼ମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ବ୍ଲକ ଯୋଡୁମୁ ପଞ୍ଚାୟତ ଇନ୍ଦ୍ରାଙ୍ଗ ଗ୍ରାମରେ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ! ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରତିଷ୍ଠା ଉତ୍ସବ ରେ ଯୋଗଦାନ କରିଥିଲେ । ଗ୍ରାମବାସୀ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରି ବିଧାୟକ ଙ୍କୁ ପାଛୋଟି ନେବାର ଦେଖିବାକୁ ମିଳିଥିଲା । ପ୍ରଥମେ ବିଧାୟକ ଦେବୀ ପ୍ରସାଦ ମିଶ୍ର ତ୍ରିନାଥ କ୍ଲବ୍ ଶୁଭ ଉଦଘାଟନ କରିଥିଲେ । ପରେ ନବ ନିର୍ମିତ ଶନି ମନ୍ଦିର ଦର୍ଶନ ରେ ଯାଇଥିଲେ ! ଦୀର୍ଘ ଦିନ ଧରି ଗ୍ରାମବାସୀ ମାନେ ଯେଉଁ ଆଶା କରିଥିଲେ ତାହାର ପରିସମାପ୍ତି ଘଟିଛି । ଏଥର ଗ୍ରାମବାସୀ ମାନେ ଶନିମହା ପ୍ରଭୁ ଙ୍କୁ ଦର୍ଶନ କରିପାରିବେ ଏବଂ ତାଙ୍କରି ଆଶିଷ ଲାଭ କରିପାରିବେ । ପରେ ବିଧାୟକ ଯଜ୍ଞ ମଣ୍ଡପ ରେ ପୁରୋଧା ହୋଇ କିଛି ସମୟ କାର୍ଯ୍ୟ ନିର୍ବାହ କରିଥିଲେ । ପରେ ହରିନାମ ଅଷ୍ଟ ପ୍ରହରୀ ରେ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *