Site icon Awaj Media

ବାଲୁଗାଁ ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦଘାଟିତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପ୍ରୋତ୍ସାହନରେ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସୋମବାର ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ଆୟୋଜିତ ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ଉଦଘାଟନ କରି ଡକ୍ଟର ଦାଶ କହିଲେ ଯେ ସମ୍ପ୍ରତି ବାଳିକା ଆତ୍ମରକ୍ଷା କୌଶଳ ପ୍ରତିଟି କିଶୋରୀଙ୍କ ପାଇଁ ଅପରିହାର୍ଯ୍ୟ l ଏହା ଦ୍ୱାରା ଶିକ୍ଷାର୍ଥୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବା ସହ ସଙ୍କଟ ସମୟରେ ସେମାନେ ତତ୍କାଳ ଆତ୍ମ ରକ୍ଷା କରିବାରେ ସମର୍ଥ ହୋଇପାରିବେ l ପ୍ରାରମ୍ଭରେ କାର୍ଯ୍ୟକ୍ରମ ସଂଯୋଜିକା ଡକ୍ଟର ମୋନାଲିସା ମାନସିଂହ ତାଲିମ୍ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିବା ପରେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ରୀନା ରାଉତ, କ୍ରିଷ୍ଣl ସେଠୀ ,ଶାଶ୍ଵତୀ ମହାନ୍ତି, ଶୁଭଦର୍ଶିନୀ ବିଶ୍ୱାଳ, ଶୁଚିସ୍ମିତା ମହାପାତ୍ର ,ଅମ୍ରିତା ନନ୍ଦ, ବିଷ୍ନୁପ୍ରିୟା ସ୍ୱାଇଁ କୀର୍ତ୍ତିମୟୀ ବାରିକ ଓ ସୁନିତା ନନ୍ଦ ପ୍ରମୁଖ ପ୍ରଥମ ଦିନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଡକ୍ଟର ଅକ୍ଷୟ ମିଶ୍ର, ଡକ୍ଟର ଲଷ୍ମୀଧର ସୁବୁଦ୍ଧି ଓ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଏଥିରେ ସହଯୋଗ କରିଥିଲେ l ମୁଖ୍ୟ ତାଲିମ୍ ଦାତା ଭାବେ ଜ୍ୟୋତି ବିଶ୍ୱାସ ଓ ତାଙ୍କ ସାଥୀ ପ୍ରମୁଖ ଆସନ୍ତା ଦଶ ଦିନ ପର୍ଯ୍ୟନ୍ତ ଦୁଇଶହ ଛାତ୍ରୀଙ୍କୁ ଏହି ତାଲିମ୍ ପ୍ରଦାନ କରିବେ l

Exit mobile version