ଖଲିଆପାଲି ରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ରାଜବୋଡ଼ାସମ୍ବର ବ୍ଳକ୍ ଖଲିଆ ପାଲି ରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ପଦ୍ମପୁର ବିଧାୟିକା , ଓଡିଶା ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ହିତାଧିକାରୀ ଙ୍କୁ ବୁଝାଇବା ସହିତ ଯୋଜନା ଗୁଡିକ କିପରି ହିତାଧିକାରୀ ଙ୍କ ପାଖକୁ ଠିକ୍ ସମୟରେ ପହଞ୍ଚି ପାରିବ, ସେ ସମ୍ପର୍କରେ ଆଲୋକପାତ କରିଥିଲେ l ପରେ ଓଡିଶା ସରକାରଙ୍କ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ପତ୍ରିକା କୁ ଉନ୍ମୋଚନ କରି ଉପସ୍ଥିତ ହିତାଧିକାରୀ ଙ୍କୁ ବଣ୍ଟନ କରାଯାଇଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଆଞ୍ଚଳିକ କଳାକାର ଙ୍କ ଦ୍ଵାରା ୧୬ ଗୋଟି ବିଭାଗର ଯୋଜନା କୁ ସଙ୍ଗୀତ ମାଧ୍ୟମରେ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗର ଅଧିକାରୀ ଙ୍କ ସମେତ ସହସ୍ରାଧିକ ହିତାଧିକାରୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *