Site icon Awaj Media

ମତଦାନ କେନ୍ଦ୍ରର ନାମକରଣ ଓ ସ୍ଥାନ ପରିବର୍ତ୍ତନ ସମ୍ପର୍କରେ ରାଜନୈତିକ ଦଳକୁ ନେଇ ବୈଠକ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବାଲିଗୁଡା ଏବଂ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କିଛି ମତଦାନ କେନ୍ଦ୍ରର ନାମକରଣ ଓ ସ୍ଥାନ ପରିବର୍ତ୍ତନ ନେଇ ଏକ ରାଜନୈତିକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ଡ଼ା.ରୀନା ପ୍ରଧାନ ବୈଠକରେ ଅଧ୍ଯକ୍ଷତା କରିବା ସହିତ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ସମ୍ପନ୍ନ କରିବା ନେଇ ଉପସ୍ଥିତ ଥ‌ିବା ସମସ୍ତ ରାଜନୈତିକ ଦଳୀୟ ପ୍ରତିନିଧି ମାନଙ୍କୁ ପ୍ରତିଶୃତି ଦେଇଥିଲେ। ବୈଠକରେ ସହାକାରୀ ଜିଲ୍ଲାପାଳ ରୂପକ କୁଜୁର ଉପସ୍ଥିତ ରହି ସମୁଦାୟ ୩୯ ଗୋଟି ପରିବର୍ତ୍ତିତ ମତଦାନ କେନ୍ଦ୍ରର ନାମ ଏବଂ ସ୍ଥାନାନ୍ତରିତ ହୋଇଥିବା ଗୋଟିଏ ମତଦାନ କେନ୍ଦ୍ରର ସୂଚନା ପ୍ରଦାନ କରିବା ସ‌ହିତ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ନିର୍ବାଚନ ରିଟର୍ଣ୍ଣିଙ୍ଗ ଅଧିକାରୀ ଭାବେ ଉପଜିଲ୍ଲାପାଳ ଡା.ରୀନା ପ୍ରଧାନ ଏବଂ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଙ୍ଗ ଅଧିକାରୀ ଭାବେ କନ୍ଧମାଳର ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଳ ଦାୟିତ୍ଵରେ ଥିବା ନେଇ ସୂଚନା ପ୍ରଦାନ କରିଥିଲେ । ଏଥିରେ ଉପସ୍ଥିତ ଥିବା ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନେ ଅଞ୍ଚଳର କିଛି ସରକାରୀ କର୍ମଚାରୀ ଯେଉଁମାନେ ରାଜନୈତିକ ଦଳୀୟ କାର୍ଯ୍ୟ/ବୈଠକରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ନିର୍ବାଚନ ସମୟରେ ପୋଲିସ ବାହିନୀଙ୍କ ସକ୍ରିୟତା ସମସ୍ତ ରାଜନୈତିକ ଦଳ ପାଇଁ ସମାନ ରହିବା ନେଇ ଦାବି ରଖିଥିଲେ ।

Exit mobile version