Site icon Awaj Media

ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମହିଳା ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକାଦଶ ଶ୍ରେଣୀର ଛାତ୍ରୀ ନିମିତ୍ତ ୨୬ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ଚାଲିଥିବା ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ବିନାୟକ ହୋତା ଙ୍କ ଅଧ୍ୟକ୍ଷତା ରେ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର ଏବଂ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ଃ.ଏସ.ପି.ଏନ୍ ଏସ ବର୍ମା ଙ୍କ ତତ୍ତ୍ଵାବଧାନରେ ଏହି କୌଶଳ ଶିବିର ସୁଚାରୁ ରୂପେ କାର୍ଯ୍ୟକାରୀ ହୋଇପାରିଥିଲା । ମଙ୍ଗଳବାର ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ଶ୍ରୀ ବିନାୟକ ହୋତା ଆଜିର ସମାଜରେ ମହିଳା ମାନଙ୍କର ଅବଦାନ ଏବଂ ଆତ୍ମରକ୍ଷା ଉପରେ ଗୁରୁତ୍ଵ ଦେବା ସହ ପ୍ରଶାସନିକ ଅଧିକାରୀ ଶ୍ରୀ ଏସ. ପି.ଏନ୍.ଏସ ବର୍ମା ଏହି ଉପରୋକ୍ତ ଶିବିର ଉପରେ ଗୁରୁତ୍ଵ ଦେଇ ଛାତ୍ରୀ ମାନଙ୍କୁ ଆଗକୁ ବଢିବା ଏବଂ ସ୍ବାବଲମ୍ବୀ ହେବା ପାଇଁ ଉତ୍ସାହିତ କରିଥିଲେ । ଉପସ୍ଥିତ ଅନ୍ୟତମ ଅତିଥି ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ତଥା ସହ ପ୍ରସାଶନିକ ଅଧିକାରୀ ଡ଼ଃ ସୁଜାତା ମିଶ୍ର ପ୍ରଶିକ୍ଷଣ ଦେଇଥିବା ସୋନି ମୁଦୁଲି ଏବଂ ଜି. ସାବିତ୍ରୀ ଆଚାରୀ ଙ୍କ କାର୍ଯ୍ୟକୁ ପ୍ରଶଂସନୀୟ ବୋଲି କହିଥିଲେ । ଉଦଯାପନୀ ଉତ୍ସବରେ ପ୍ରଶିକ୍ଷଣ ନେଇଥିବା କିଛି ଛାତ୍ରୀ କେତେଗୁଡିଏ ଗୁରୁତ୍ଵପୂର୍ଣ୍ଣ କୌଶଳ କୁ ସଭା ସମ୍ମୁଖରେ ଉପସ୍ଥାପନ କରିଥିଲେ। ଉଦଯାପନୀ ସଭାର ଅନ୍ତିମ ପର୍ଯ୍ୟାୟରେ ପ୍ରଶିକ୍ଷଣ ନେଇଥିବା ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ପରିଶେଷରେ ଇଂରାଜୀ ବିଭାଗର ଅଧ୍ୟାପିକା ତଥା ଉପରୋକ୍ତ କାର୍ଯ୍ୟକ୍ରମର ସଂଯୋଜିକା ମୀକି ମନସ୍ଵିନୀ ଧନ୍ୟବାଦ ଅର୍ପଣ ଦେବା ସହ କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ।

Exit mobile version