Site icon Awaj Media

ଖୋଲିଲା ମା’ଭଗବତୀ ମନ୍ଦିରର ଭିତର ହୁଣ୍ଡି : ସଂଗୃହୀତ ଅର୍ଥ ମା’ଙ୍କ ନୀତିକାନ୍ତି ସେବାରେ ଲାଗିବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦୀର୍ଘ ୫ ମାସର ବ୍ୟବଧାନ ପରେ ମା’ ଭଗବତୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲଦାର ଟି. ପଦ୍ମନାଭ ଦୋରା , ଥାନା ଏସ୍ଆଇ ସଂଜୟ କୁମାର ପାତ୍ର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ମା’ଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୂଜାର୍ଚ୍ଚନା ପରେ ସମର୍ପୀତ ହୋଇ ମା’ଙ୍କ ଭିତରହୁଣ୍ଡି ଖୋଲିଥିଲେ । ଏଥିରୁ ସମୁଦାୟ ଟ୧,୯୪,୫୭୫/୦୦ଙ୍କ(ଏକ ଲକ୍ଷ, ଚୌରାନବେ ହଜାର,ପାଞ୍ଚଶହ ପଞ୍ଚସ୍ତରୀଟଙ୍କା) ସହ ମଇଳା ଓ ପଥର ଥାଇ ୧୮କ୍ୟାରେଟ୍ ବିଶିଷ୍ଠ ୦ ଗ୍ରାମ, ୬୧୦ ମିଲିଗ୍ରାମ ଓଜନର ଏକ ସୁନାର କାନଫୁଲ, ୯ଗ୍ରାମ୭୧୦ ଗ୍ରାମ ଓଜନର ଏକ ରୂପାର ଖଡ଼ୁ(ବଳା) ୦ ଗ୍ରାମ୧୬୦ ମିଲିଗ୍ରାମର ଏକ ରୂପା ଆଖି ସଂଗ୍ରହ କରାଯାଇ ଅର୍ଥକୁ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ମା’ଙ୍କ କାର୍ଯ୍ୟାଳୟ ନାମରେ ଥିବାଜମା ଖାତାରେ ଜମାରଖାଯିବା ସହିତ ସୁନାରୂପା ଗହଣା କାର୍ଯ୍ୟାଳୟ ଟ୍ରେଜେରୀରେ ରଖାଯାଇଛି। ଏଥିରେ କାର୍ଯ୍ୟାଳୟର କର୍ମଚାରୀ ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଅଶ୍ୱିନୀ କୁମାର ମିଶ୍ର, କମଳ ମିଶ୍ର,ମନ୍ଦିର ପୂଜକ ପ୍ରକାଶ ଚନ୍ଦ୍ର ପରିଛା ସାଆନ୍ତ , ପାଳିଆ ମାଳି ସେବକ ଗୋପୀନାୟକ’ ପ୍ରମୁଖ ସହଯୋଗ କରିଥିଲ ଏହି ଦାନ ଅର୍ଥ ମା’ଙ୍କ ଦୈନନ୍ଦିନ ନୀତିକାନ୍ତି ସେବାରେ ଲାଗିବ ବୋଲି ମନ୍ଦିର କାର୍ଯ୍ୟାଳୟରୁ ପ୍ରକାଶ।

Exit mobile version