Site icon Awaj Media

ବହୁଜନ ସମାଜ ପାର୍ଟିରେ ମିଶିଲେ ଯୁବ ସାମ୍ବାଦିକ କାହ୍ନା ନାୟକ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ବହୁଜନ ସମାଜ ପାର୍ଟିରେ ମିଶିଲେ ଯୁବ ସାମ୍ବାଦିକ କାହ୍ନା ନାୟକ ! ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଘୋଷଣା କରାଯାଇଛି, ଆଗାମୀ ବିଧାନସଭା ନିର୍ବାଚନ କୁ ଆଖି ଆଗରେ ରଖି ଯୁବ ସାମ୍ବାଦିକ କାହ୍ନା ନାୟକଙ୍କୁ ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ଭାବରେ ଛିଡା କରିବା ପାଇଁ ଆଲୋଚନା ହୋଇଛି ! ବହୁଜନ ସମାଜ ପାର୍ଟିର ଆଭିମୁଖ୍ୟ ଭିନ୍ନ, ବିଚାର ଧାର ଭିନ୍ନ , ଏହା ଏକ ନିଆରା ପାର୍ଟି ! ବହୁଜନ ସମାଜ ପାର୍ଟି ଏକ ଜାତୀୟ ରାଜନୈତିକ ଦଳ ଯେଉଁ ଦଳର ଆଭିମୁଖ୍ୟ ରହିଛି ଘରେ ଘରେ ଶିକ୍ଷା , ଘରେ ଘରେ ସମ୍ବିଧାନ ! ସଚେତନତା ମାଧ୍ୟମରେ ସମାଜର ପରିବର୍ତ୍ତନର ଏହି ପାର୍ଟିର ସଂକଳ୍ପ ! ଉତ୍ତର ପ୍ରଦେଶରେ ଚାରି ଥର ମୁଖ୍ୟ ମନ୍ତ୍ରୀ ଭାବେ ଆଇରନ ଲେଡି ମାୟାବତୀ ଶାସନରେ ରହି ସାରିଛନ୍ତି ! ବହୁଜନ ସମାଜ ପାର୍ଟିର ଓଡ଼ିଶାର ନୂଆ ମୁଖ୍ୟ ପ୍ରଭାରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡ଼ ଅଶୋକ ସିଦ୍ଧାର୍ଥ ଜି କହିଛନ୍ତି ଯଥାଶୀଘ୍ର ବହୁତ କିଛି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି !

Exit mobile version