Site icon Awaj Media

ଜ୍ୟୋତିସ୍ୟାମ୍ ଗୃପ୍ ଅଫ ଇନଷ୍ଟିଚ୍ୟୁସନର ଚତୁର୍ଥ ବାର୍ଷିକ ଉତ୍ସବ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଜ୍ୟୋତିସ୍ୟାମ୍ ଗୃପ୍ ଅଫ ଇନଷ୍ଟିଚ୍ୟୁସନର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି I କଲେଜ ତଥା ଜ୍ୟୋତିସ୍ୟାମ୍ ୱେଲଫେୟାର ଟ୍ରଷ୍ଟର ଅଧ୍ୟକ୍ଷ ସଂଜିତ ରୋସନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର କିଶୋର ଚନ୍ଦ୍ର ମିଶ୍ର ତଥା ଇଟାମାଟି କଲେଜର ପୂର୍ବତନ ପ୍ରିନସିପାଲ ଅଶୋକ ନାୟକ ଏବଂ ଉତ୍କଳ ୟୁନିଭର୍ସିଟି ଅଫ କଲଚରର ଏନ ଏସ ଏସ କୋଡିନେଟର ସନ୍ଦିପ କୁମାର ରାଉତ, ସିଦ୍ଧାର୍ଥ କଲେଜର ପ୍ରିନସିପାଲ ରେଖା ପ୍ରଧାନ, ଆଇ ଆଇ ଏମ ଏସ କଲେଜର ପ୍ରିନସିପାଲ ଦୁର୍ବାସା ପ୍ରଧାନ ଉତ୍ସବ ଆୟୋଜନର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ I ଅନୁଷ୍ଠାନର ମୁଖ୍ୟ ଅଧିକାରୀ ଶିଶିର କୁମାର ପଟ୍ଟନାୟକ ବିଭିନ୍ନ ବିଭାଗରେ ପାରିଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ଏବଂ ସର୍ବ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ I

Exit mobile version