Site icon Awaj Media

ଜିଲ୍ଳା ପ୍ରଶାସନ ତରଫରୁ ଝୋଟ ବ୍ୟାଗ ପ୍ରଦାନ ଶୁଭାରମ୍ଭ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ର ୱର୍ଡ ନଂ-୧ ଓମ୍ ଶାନ୍ତି କୋଲୋନୀ ଠାରେ ଝୋଟ ତିଆରି ବ୍ୟାଗ ପ୍ରଦାନର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଜିଲ୍ଲାର ପ୍ରତ୍ୟେକ ହିତାଧିକାରୀ ପରିବାର ଲୋକଙ୍କୁ ୨ ଗୋଟି ଲେଖାଏଁ ୨୦ କେଜି ଓ ୧୦ କେଜି ଝୋଟ ବ୍ୟାଗ ପ୍ରଦାନ କରାଯାଇଛି। ଏହାର ଉଦ୍ଦେଶ୍ୟ ଆମ ସାହି, ଆମ ସହର, ଆମ ଜିଲ୍ଲା ଓ ରାଜ୍ୟକୁ ସ୍ୱଚ୍ଛ ରଖିବା । ସବୁଜ ଓଡ଼ିଶା ଗଠନ ପାଇଁ ଦୈନିକ ଜୀବନରେ ପ୍ଲାଷ୍ଟିକ ବ୍ଯବହାର ହ୍ରାସ କରିବା ଓ ପରିବେଶର ସୁରକ୍ଷା ରଖିବାର ମୂଳ ଲକ୍ଷ୍ୟ ଅଟେ । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜି. ତିରୁପତି ରାଓ, ଅଧ୍ୟକ୍ଷ, ଜିଲ୍ଲାପରିଷଦ ଗଜପତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା, ପୌରପରିଷଦ ପାରଳାଖେମୁଣ୍ଡି, ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ (ରାଜସ୍ୱ) ଓ ଶ୍ରୀ ରାଜେନ୍ଦ୍ର ମିଞ୍ଜ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ ଓ ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ସୁଜିତ କୁମାର ଚୌଧୁରୀ ପ୍ରମୁଖ ମଞ୍ଚସିନ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏଆରସିଏସ ଶ୍ରୀ ହରିହର ସେଠ୍ ସମେତ ପୌରପରିଷଦର କର୍ମଚାରୀ ଓ ହିତାଧୀକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version