Site icon Awaj Media

ଫଳକ ସ୍ଥାପନକୁ ନେଇ ତେଜିଲା ବିବାଦ : ବିଜେପି ସରପଞ୍ଚ ବିରୋଧରେ ବିଜେଡିର ପ୍ରତିବାଦ ସଭା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ପଞ୍ଚାୟତ ସମିତି ର ମୋରାମୋରୀ ପଞ୍ଚାୟତରେ ଦେଖା ଦେଇଛି ବିବାଦ .ବିଜେପି ସରପଞ୍ଚ ବସନ୍ତ ମାଳିଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବିଜେଡି କରିଛି ସେଠାରେ ପ୍ରତିବାଦ ସଭା । ଦୀର୍ଘଦିନ ଧରି ବିଜେପି ସରପଞ୍ଚ ପଞ୍ଚାୟତରେ ମନମୁଖୀ କର୍ଯ୍ୟ କରି ଆସୁଥିବା ବେଳେ . ଏହାକୁ ରୋକିବା ନେଇ ସ୍ଥାନୀୟ ବିଜେଡି ଅଭିଯୋଗ କରି ଆସୁଥିବା ବେଳେ . ରବିବାର ପଞ୍ଚାୟତ ର କାର୍ଯ୍ୟାଳୟ ପ୍ରତିଷ୍ଠା ଓ ଫଳକ ସ୍ଥାପନରେ ପାତର ଅନ୍ତର ନେଇ ଦେଖାଦେଇଛି ଅସନ୍ତୋଷ. ଫଳକରେ ସାଂସଦ ଓ ବିଧାୟକ ଙ୍କ ନାମ ନଥିବା ନେଇ ଦେଖାଦେଇଥିଲା ଅସନ୍ତୋଷ . ଫଳରେ ବିଜେଡି ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସୂଚନାନୁସାରେ ୨୦୧୮ ମସିହାରେ. ବିଜେଡି ସାଂସଦ ପିନାକୀ ମିଶ୍ର ଓ ବର୍ତ୍ତମାନର ବିଧାୟକ ପ୍ରଶାନ୍ତ କୁମାର ଜଗଦେଵ ମୋରାମୋରୀ ପଞ୍ଚାୟତର ଗୃହ ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରି ଶୁଭ ଦେଇଥିଲେ । ଓ ପରେ ପରେ ବିଜେଡିର ପୁର୍ବତନ ସରପଞ୍ଚ ସବିତା ନାୟକଙ୍କ ତତ୍ୱାବଧାନରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୨୨ ମସିହାରେ ବିଜେପି ସମର୍ଥିତ ସରପଞ୍ଚ ପ୍ରାଥୀ ବସନ୍ତ ମାଳି ସରପଞ୍ଚ ଭାବେ ନିର୍ବାଚିତ ହୋଇ ଆଶି ଥିଲେ। ସେ ସରପଞ୍ଚ ଭାବେ ଶପଥ ପାଠ ନେବା ପରେ ଅସମ୍ପୂର୍ଣ୍ଣ ପଞ୍ଚାୟତ ଗୃହକୁ ସମ୍ପୂର୍ଣ୍ଣ କରିଥିଲେ। କିନ୍ତୁ ଉଦଘାଟନ କଲାବେଳେ ଲଗାଯାଇଥିବା ଫଳକରେ ନିଜର ଇଛା ମୁତାବକ କେବଳ ବିଜେପି ନେତାମାନଙ୍କ ନାଁ ଲେଖିଥିଲେ . ଏହା ଜଣାପଡିବା ପରେ ମୋରାମୋରୀ ପଞ୍ଚାୟତରେ ବିଜେଡିର ପ୍ରତିବାଦର ସ୍ୱର ଦେଖାଦେଇଥିଲା। । ଏନେଇ ଟାଙ୍ଗିସାହି ବନଦୁର୍ଗା ମନ୍ଦିର ପରିସର ମଧ୍ୟରେ ବିଜେଡିର ଏକ ଜରୁରୀକାଳୀନ ପ୍ରତିବାଦ ସଭା କରାଯାଇଥିଲା। ଏହି ସଭାରେ ବିଜେପି ସରପଞ୍ଚ ବସନ୍ତ ମାଳି, କରିଥିବା ଦୁର୍ନୀତି ବିରୋଧରେ ନାରାବାଜି କରିଥିଲେ । ବିଜେପି ସରପଞ୍ଚ ହାଏ ହାଏ,ମନମୁଖୀ କାମ ଚଳିବ ନାହିଁ,ଯଦି ଚାଲିବ ଆଗାମୀ ଦିନରେ ନିଆଁ ଜଳିବ ବୋଲି ନାରାବାଜି ଦେବାସହ ପଞ୍ଚାୟତ କାର୍ଯ୍ୟାଳୟ ଅଭିମୁଖେ ଯାଉଥିବା ବେଳେ. ନାଚୁଣି ଥାନା ଅଧିକାରୀ ଚନ୍ଦ୍ର ଶେଖର ଜେନା ସମସ୍ତ ବିଜେଡି କର୍ମୀମାନଙ୍କୁ ଅଟକାଇ ବା ଶହ ଆଇନକୁ ହାତକୁ ନିଅନ୍ତୁ ନାହିଁ ବୋଲି ପରାମର୍ଶ ଦେଇଥିଲେ । ଏନେଇ କିଛି ଗଣମାଧ୍ୟମ ପ୍ରତିନିଧି ସରପଞ୍ଚ ବସନ୍ତ ମାଳିଙ୍କୁ ପଚାରିବାରେ ସେ କହିଥିଲେ. ଫଳକରେ ଯାହା ତ୍ରୁଟି ରହିଛି ଆମେ ସଂଶୋଧନ କରିବୁ . କିନ୍ତୁ ଉଦଘାଟନ ନିମନ୍ତେ ଏକ ଫ୍ଲେକ୍ସ ତିଆରି କରି ସେଥିରେ ସାଂସଦ ଓ ବିଧାୟକ ନାଁ କୁ ଲେଖି କାନ୍ଥରେ ମରିଥିବାବେଳେ. ପୁଣି ସେହି ପୁରଣା ଫଳକ କୁ ନେଇ ଉଦ୍ଘାଟନ କରିଥିଲେ । ଏଥିନେଇ ବିଜେଡି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି !

Exit mobile version