Site icon Awaj Media

ବିଦ୍ୟୁତ କ୍ଲବ ପରିସରରେ ଦିବ୍ୟାଙ୍ଗ ମାନଙ୍କୁ ଅଚ୍ୟୁତ ସେବାଟ୍ରଷ୍ଟ ଦ୍ୱାରା କମ୍ବଳ ବଣ୍ଟନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ! ଭୁବନେଶ୍ୱରସ୍ଥିତ ବିଦ୍ୟୁତ କ୍ଲବ ପରିସରରେ ଦିବ୍ୟାଙ୍ଗ ମାନଙ୍କୁ ଅଚ୍ୟୁତ ସେବାଟ୍ରଷ୍ଟ କଟକ ଦ୍ୱାରା କମ୍ବଳ ବଣ୍ଟନ କରାଯାଇଥିଲା ! ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ରାସ୍ତା ସୁରକ୍ଷା ମଞ୍ଚ ସଭାପତି ଡ଼ ଅରୁଣ କୁମାର ପାଣି, ହିନ୍ଦୁ ମହାସଭା ର ରାଜ୍ୟ ସଭାନେତ୍ରୀ ଗୀତା ଚୟନୀ, ମନ୍ତ୍ର ର ଚେୟାରମ୍ୟାନ ତଥା ବିଶିଷ୍ଟ ସଂଗଠକ ପ୍ରଶାନ୍ତ କୁମାର ଜେନା, ବାୟୁସେନା ଅଧିକାରୀ ପରେଶ ଚନ୍ଦ୍ର ମଙ୍ଗରାଜ, ଶ୍ରଦ୍ଧା ଫାଉଣ୍ଡେସନ ଅଧ୍ୟକ୍ଷ ସୌମ୍ୟକାନ୍ତ ପଣ୍ଡା, ଡିଜାବିଲିଟି ଉଇଡୋ କମିଟି ର ଜାତୀୟ ସଭାପତି ଅଞ୍ଜଳି ପ୍ରଧାନ ପ୍ରମୁଖ ଯୋଗଦାନ କରିଥିବା ବେଳେ ମିନାଶ୍ରୀ ଦାସ, ନିଶାମଣୀ ଦାସ, ପଙ୍କଜ ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ ! ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାର ଦୃଷ୍ଟି ଦେବା ଜରୁରୀ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ ! ଆଗାମୀ ଦିନରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ରାଜ୍ୟ ସରକାର ଙ୍କୁ ଭେଟିବେ ଏବଂ ତାଙ୍କ ମାଧ୍ୟମରେ ଯାହା ବେସରକାରୀ ସହାୟତା ହୋଇ ପାରିବ ସେ ପ୍ରଚେଷ୍ଟା କରିବେ ବୋଲି ଡ଼ ପାଣି ପ୍ରକାଶ କରିଛନ୍ତି !

Exit mobile version