Site icon Awaj Media

ଗୋପୀନାଥପୁର ଠାରେ ପଞ୍ଚାୟତ ସ୍ତରୀୟ ଜନ ସଚତନତା କାର୍ଯ୍ୟକ୍ରମ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ରାଜ୍ୟ ସରକାର ବିଭିନ୍ନ ପଞ୍ଚାୟତ ଗୁଡିକରେ ବିକାଶ ମୂଳକ କାର୍ଯ୍ୟ ଗୁଡ଼ିକୁ ଲୋକଙ୍କ ନିକଟତର କରିବା ପାଇଁ ସାରା ରାଜ୍ୟ ରେ “ଜନ ସଚତନତା ଶିବିର” କାର୍ଯ୍ୟକ୍ରମ ଜାରି ରଖିଛନ୍ତି । କଟକ ଜିଲ୍ଲା ବଡମ୍ବା ବ୍ଲକ୍ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ପରିସର ରେ ଜନ ସଚତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ରୂପେ ବଡ଼ମ୍ବା ବ୍ଲକ୍ ଅଧ୍ୟକ୍ଷ ରଘୂପତି ମହାନ୍ତି, ଉପାଧ୍ୟକ୍ଷା ସ୍ଵର୍ଣ୍ଣଲତା ବେହେରା, ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ, ମଣ୍ଡଳ ଉନ୍ନୟନ ଅଧିକାରୀ ରମେଶ କୁମାର ଜେନା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭ ରେ ବିଧାୟକ ଦେବୀ ପ୍ରସାଦ ମିଶ୍ର ମଞ୍ଚାସିନ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କରିଥିଲେ। ନିମନ୍ତ୍ରିତ ଅତିଥି ମାନେ ମଧ୍ୟ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ମଞ୍ଚ ଉପରେ ମଞ୍ଚାସିନ ଅତିଥି ଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ମଞ୍ଚ ଉପରେ ବିଧାୟକ ସରକାର ଙ୍କ ବିକାଶ ମୂଳକ କାର୍ଯ୍ୟ ଉପରେ ଅଭିଭାଷଣ ଜନ ସାଧାରଣ ଙ୍କ ପାଖରେ ରଖିଥିଲେ । ପଞ୍ଚାୟତରରେ କରାଯାଇଥିବା ବିକାଶ ମୂଳକ କାର୍ଯ୍ୟ ର ଏକ ପୁସ୍ତକ ଉନ୍ମୋଚନ କରିବା ସହିତ ସାଧାରଣ ଜନତା ଙ୍କୁ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମସ୍ତ ୱାଡ ମେମ୍ବର ତଥା ଅଞ୍ଚଳ ର ଉତ୍ସାହୀ ଯୁବକ ମାନଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ଉଚ୍ଚ ମାନର ହୋଇପାରିଛି ବୋଲି ସରପଞ୍ଚ ଶ୍ରୀ ନାୟକ ମତବ୍ୟକ୍ତ କରିଥିଲେ । ଅଞ୍ଚଳ ବିଭିନ୍ନ ବିଦ୍ୟାଳୟ ର ପ୍ରତିଯୋଗିତା ରେ ଭାଗ ନେଇ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସରପଞ୍ଚ ଟ୍ରଫି ପ୍ରଦାନ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମ ରେ 3 ହଜାର ରୁ ଉର୍ଦ୍ଧ ଜନ ସମାଗମ ଦେଖିବାକୁ ମିଳିଥିଲା । ଏହି ସଚେତନତା ଶିବିର ପାଖ ପଞ୍ଚାୟତ ଦିନିଆରୀ ରେ ସରପଞ୍ଚ ଆଲୋକ କୁମାର ସାହୁ ଙ୍କ ପୌରୋହିତ୍ୟ ରେ ବେଶ ଯାକ ଜମକରେ ହୋଇଯାଇଛି । ବିଧାୟକ ଦେବୀପ୍ରସାଦ ମିଶ୍ର ଗୋପୀନାଥପୁର ପଞ୍ଚାୟତ କାର୍ଯ୍ୟ ସାରି ଦିନିଆରୀ ପଞ୍ଚାୟତ ରେ ଯୋଗଦେଇ ନବୀନ ସରକାର ଙ୍କ ଲୋକାଭିମୁଖୀ କାର୍ଯ୍ୟ ସ୍ଥାନୀୟ ଜନସାଧାରଣଙ୍କ ପାଖରେ ବାର୍ତ୍ତା ରଖିଥିଲେ।

Exit mobile version