ଜଳାଶୟ କୁ ସଫା କଲେ ରୋଭର୍ସ ଓ ରେଞ୍ଜର୍ସ ଛାତ୍ର ଛାତ୍ରୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା ଙ୍କ ମହାନତା ! ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ପରିସର ମଧ୍ୟରେ ଥିବା ଜଳାଶୟ କୁ ରୋଭର୍ସ ଓ ରେଞ୍ଜର୍ସ ଛାତ୍ର ଛାତ୍ରୀ ମାନେ ସଫା କରିଥିଲେ l ଏହି ସଫେଇ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା ସାମିଲ ହୋଇ ପାଣି ଭିତରେ ପଶି ମାଡ଼ିଥିବl ଦଳ କୁ ନିଜ ହାତରେ ସଫା କରିଥିଲେ । ଏଥିରେ ମଧ୍ୟ ରୋଭର୍ ଲିଡର ଆଦିତ୍ୟ ସାରଥୀ ବେଦମାତା ସାମିଲ ହୋଇଥିଲେ l ପରିଶେଷରେ ଅଧ୍ୟକ୍ଷ ଶ୍ରୀ ହୋତା ଛାତ୍ର ଛାତ୍ରୀ ମାନଙ୍କୁ ଆମ ପରିବେଶ ସଫା ରଖିବାକୁ ପରାମର୍ଶ ଦେଇଥିଲେ l ମହାବିଦ୍ୟାଳୟ ର ପରିବେଶକୁ ପଲିଥିନ ମୁକ୍ତ କରିବାକୁ ଅନୁରୋଧ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସୌମ୍ୟ ,ଜିତୁ, ସୌମ୍ୟ ଜିତ୍,ଚିନ୍ମୟୀ,ତୁଷାର ଓ ଅନନ୍ୟା ପ୍ରମୁଖ ଛାତ୍ର ଛାତ୍ରୀ ଉକ୍ତ କାର୍ଯ୍ୟରେ ସାମିଲ ହୋଇଥିଲେ ।।

Leave a Reply

Your email address will not be published. Required fields are marked *