ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟପରିସରରେ ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆଠ ଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ସୋମବାର ଉଦଯାପିତ ହୋଇଯାଇଛି l ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଉଦଯାପନ ଉତ୍ସବରେ ନିମନ୍ତ୍ରିତ ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିବା ପରେ ଡକ୍ଟର ଜୟନ୍ତୀ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ପୁରୁଷ ମାନଙ୍କ ଅପେକ୍ଷା ଅଧିକ ଦକ୍ଷ ବୋଲି କହିଥିଲେ l
କାର୍ଯ୍ୟକ୍ରମ ସଂଯୋଜିକା ଡକ୍ଟର ମୋନାଲିସା ମାନସିଂ ଆଠଦିନ ଧରି ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ନିର୍ଦ୍ଦେଶନାରେ ଆୟୋଜିତ ହୋଇଥିବା ତାଲିମ୍ ଶିବିରର ବିବରଣୀ ଉପସ୍ଥାପନ କରିଥିଲେ l ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ମିନାକ୍ଷୀ ମହାପାତ୍ର ଓ ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପିକା ସୁଜାତା ପ୍ରଧାନ ଯୋଗଦେଇ ଆତ୍ମରକ୍ଷା କୌଶଳର ଆଭିମୁଖ୍ୟ, ବାଳିକା ମାନଙ୍କର ଆତ୍ମବଳ, ସ୍ୱତନ୍ତ୍ର ଦକ୍ଷତା, ନିଷ୍ଠା ପରତା, ପ୍ରତିପକ୍ଷ ସହ ଲଢେଇ କରିବାର ସଶକ୍ତିକରଣ, ସମ୍ବେଦନ ଶୀଳତା,ସାହସ,ଦାୟିତ୍ୱ ବଦ୍ଧତା, ମହିଳା ହିଂସା ସମୟରେ ପ୍ରତିକ୍ରିୟା ପ୍ରଦର୍ଶନ ଆଦି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ସଚେତନତା ସୃଷ୍ଟି କରିଥିଲେ l ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଅନ୍ତର୍ଜାତୀୟ କରାଟେ ଖେଳାଳୀ ତଥା ବାଳିକା ଆତ୍ମରକ୍ଷା କାର୍ଯ୍ୟକ୍ରମର ରାଜ୍ୟ ତାଲିମ୍ ଦାତା ଦୀପକ ସାମନ୍ତରା ଆତ୍ମରକ୍ଷାର ବିଭିନ୍ନ ଦିଗ ଓ କୌଶଳ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ଅନ୍ୟତମ ଅନ୍ତର୍ଜାତୀୟ କରାଟେ ଖେଳାଳୀ କ୍ରିଷ୍ଣl ଶିକାରୀ ତାଙ୍କ ସଂଘର୍ଷମୟ ଜୀବନ କାହାଣୀ ଓ ସଫଳତାର ସ୍ୱର୍ଣ୍ଣିମ ଯାତ୍ରା ବର୍ଣ୍ଣନା କରି ଛାତ୍ରୀ ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ l ଏଥିସହ ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଡକ୍ଟର ଅକ୍ଷୟ ମିଶ୍ର,ଅଧ୍ୟାପିକା ଶୁଭ ଦର୍ଶିନୀ ବିଶ୍ୱାଳ,ପ୍ରିୟମ୍ବଦା ମହାପାତ୍ର, ସ୍ୱାତୀ ସ୍ଵାଗତିକା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଏହା ପରେ ଛାତ୍ରୀମାନେ ତାଲିନମ୍ ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିବା ସହ କେତେକ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ରୀନା ରାଉତ l

