Site icon Awaj Media

ଅରପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ବେଛାକୃତ ରକ୍ତଦାନ ଶିବିର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଡମପଡା ବ୍ଲକ ଅନ୍ତର୍ଗତ ଅରପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ରକ୍ତଦାନ ଶିବିରକୁ ବାଙ୍କୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପ୍ରତୀକ୍ଷା ସାହିତ୍ୟ ଓ ସେବା ଚାରିଟେବୁଲ ଟ୍ରଷ୍ଟ ଓ ସମ୍ବାଦ ଆମ ଓଡିଶାର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଥିଲା | ଗ୍ରାମାଞ୍ଚଳର ମହିଳା ମାନେ ସ୍ଵଇଛାରେ ଆସି ରକ୍ତଦାନ କରିବାକୁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି | କଟକ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ରମେଶ ଚନ୍ଦ୍ର ପ୍ରଧାନ ଏହି ଷଷ୍ଠ ବାର୍ଷିକ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ | ବାଙ୍କୀ ଡମପଡା 38 ନମ୍ବର ଜିଲ୍ଲା ପରିଷଦ ଜୋନ ତଥା ଜିଲ୍ଲା ଷ୍ଟାଣ୍ଡିଙ୍ଗ କମିଟର ସଭ୍ୟ ଆଶିଷ କୁମାର ସାହୁ ରକ୍ତଦାନ ଶିବିରକୁ ଉଦଘାଟନ କରି ସମସ୍ତ ରକ୍ତଦାତା ମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ | ସମ୍ବାଦ ପ୍ରତିନିଧି ଶୁଭେନ୍ଦୁ କୁମାର ମହାପାତ୍ର ଏବଂ ସାମାଜିକ କର୍ମୀ ସୁବ୍ରତ କୁମାର ନାୟକଙ୍କ ସଂଚାଳନରେ କଟକ ରେଡକ୍ରସ ଭବନର କର୍ମଚାରୀଙ୍କ ଦ୍ଵାରା ଉକ୍ତ ଶିବିରରୁ ଷୋଳ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା |

Exit mobile version