Site icon Awaj Media

ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜଗୁରୁ ଜୟନ୍ତୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ବର ଏବଂ ଉତ୍କଳ ହିତୈଷିଣୀ ସମାଜ ପାରଳାଖେମୁଣ୍ଡି ମିଳିତ ସହଯୋଗରେ ପ୍ରାବନ୍ଧିକ ପ୍ରବାଦ ପୁରୁଷ ଓଡ଼ିଆ ସ୍ଵାଭିମାନୀ ଶ୍ୟାମସୁନ୍ଦର ରାଜଗୁରୁ ଙ୍କ ୧୫୯ତମ ଜୟନ୍ତୀ ଭାରତ ଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଉପାନ୍ତପ୍ରହରୀ ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ମନୋଜକୁମାର ପଟ୍ଟନାୟକ, ସମ୍ମାନନୀୟ ବକ୍ତା ବିଚିତ୍ରାନନ୍ଦ ବେବର୍ତ୍ତା , ସମ୍ମାନନୀୟ ଅତିଥି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ମଞ୍ଚାସିନ ହୋଇ ଓଡ଼ିଆ ଭାଷା ଓ ସାହିତ୍ୟର ଏକନିଷ୍ଠ ସାଧକ ଶ୍ୟାମସୁନ୍ଦର ରାଯୁଗୁରୁଙ୍କ ବହୁମୁଖି ସାହିତ୍ୟ ସର୍ଜନା ,ଲୋକହିତକର କାର୍ଯ୍ୟ, ଲୁପ୍ତ ସୁପ୍ତ ସାରସ୍ଵତ ବିଭବର ରାଜଗୁରୁ ମହାଶୟ ଗବେଷଣା କରି ଖ୍ୟାତି ଅର୍ଜନ କରିଥିବା ବିଷୟ ସମ୍ପର୍କରେ ଆଲୋଚକ ଗଣ ପୁଙ୍ଖାନୁୁପୁଙ୍ଖ ଆଲୋଚନା କରିଥିଲେ। ଅଶାଲତା ପାଣିଗ୍ରାହୀ ସ୍ବାଗତ ସମ୍ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ।ପ୍ରାରମ୍ଭିକ ସଙ୍ଗୀତ କଣ୍ଠ ଶିଳ୍ପୀ ବି.କୋମଲାଙ୍ଗୀ ଗାନ କରିଥିଲେ।ସ୍ୱର୍ଣ୍ଣପ୍ରଭା ପାଠୀ ଧନ୍ୟବାଦ ଅର୍ପଣ କରିଥିବାବେଳେ , ଶଶିଭୂଷଣ ପଟ୍ଟନାୟକ,ଶରତ ଚନ୍ଦ୍ର ସାହୁ,ମୁରଲୀଧର ପରିଚ୍ଛା, ବିଷ୍ଣୁ ଚରଣ ପଣ୍ଡା,ସିତାନଥ ପ୍ରଧାନ, ତ୍ରିପତି ପଣ୍ଡା, ନରସି°ହ ଗୌଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Exit mobile version