Site icon Awaj Media

ଗଜପତି ବୀରକିଶୋର ଦେବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ ଗୁଡ଼ୁମ ଗ୍ରାମର ଗଜପତି ବିରକେଶୋର ଦେବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l କ୍ଲଷ୍ଟର ସିଆରସିସି ସରୋଜ କୁମାର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ବେଗୁନିଆ ବ୍ଲକର ପ୍ରାକ୍ତନ ଅତିରିକ୍ତ ଶିକ୍ଷା ଅଧିକାରୀ ରାମପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବରିଷ୍ଠ ଶିକ୍ଷାବିତ ସୁଧାକର ସେଠି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଡିବେଟ, କୁଇଜ, ଜିକେ, ଡ୍ରଇଂ, ନାଚ ଗୀତ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଏହାପରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରି ସମ୍ମାନିତ କରିଥିଲେ l ପରିଶେଷରେ ବିଦ୍ୟାଳର ଶିକ୍ଷୟତ୍ରୀ ସସ୍ମିତା ହୋତା, ପ୍ରତିବର୍ଷ ଏଭଳି ବାର୍ଷିକ ଉତ୍ସବ ଦ୍ୱାରା ଶିଶୁ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣର ବିକାଶ ହେବ ବୋଲି କହିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version