Site icon Awaj Media

ଶ୍ରୀ ସୃଜନର ତୃତୀୟ ସାମ୍ବତ୍ସରିକ ଉତ୍ସବ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ସଙ୍ଗୀତ ଅନୁଷ୍ଠାନ ଶ୍ରୀ ସୃଜନର ତୃତୀୟ ସାମ୍ବତ୍ସରିକ ଉତ୍ସବ ସ୍ଥାନୀୟ ନିଉ ଜନତା ହଲରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ,ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ସମ୍ପାଦକ ଡ. ବିଜୟ ଚୌଧୁରୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦିକା କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ଏବଂ ମଞ୍ଚ ସଞ୍ଚାଳନ କରିଥିଲେ। ଏହି ଅବସରରେ ପୁରୀର ବରିଷ୍ଠ କଣ୍ଠଶିଳ୍ପୀ ଅଶୋକ ମହାନ୍ତି,ଢେ଼ଙ୍କାନାଳର ବରିଷ୍ଠ ଅଭିନେତା ଶରତ ମାଝୀ ଏବଂ ଯାଜପୁରର ସୁନାମଧନ୍ୟ ସାହିତ୍ୟିକ ବିମଳ ପତିଙ୍କୁ ମୁଖ୍ୟ ଅତିଥି ଉପଢୌକନ ଏବଂ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଜୟଶ୍ରୀ ଦେବୀଙ୍କ ଦ୍ବାରା ପ୍ରସ୍ତୁତ ସଙ୍ଗୀତ ଭିଡିଓ ‘ରାଧା ନା ମୀରା’ ଏବଂ ‘ଲଡୁବାବା’ ମୁଖ୍ୟ ଅତିଥିଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା। ଶେଷରେ ସଂଗୀତାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଙ୍ଗୀତ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲା।

Exit mobile version