Site icon Awaj Media

ବାଣପୁର ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ : ବାଣପୁର ହବ୍ ରେ ବିଜ୍ଞାନ ପରୀକ୍ଷା ଆରମ୍ଭ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଯୁକ୍ତ ୨ ବିଜ୍ଞାନ ବିଭାଗର ପ୍ରଥମ ଦିନର ଓଡ଼ିଆ ଭାଷା ପରୀକ୍ଷା ଶାନ୍ତି ଶୃଙ୍ଖଳା ରେ ଅଧ୍ୟକ୍ଷ ତଥା ହବ୍ ପରିଚାଳକ ବିନାୟକ ହୋତା ଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଯାଇଛି । ଏହି ହବ୍ ଅଧୀନରେ ଥିବା ୬ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ବିଜ୍ଞାନ ବିଭାଗ ଥିବା ତିନୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ପ୍ରଶ୍ନପତ୍ର ସକାଳ ୭ ଘଟିକା ୩୦ ମିନିଟ୍ ରେ ପଠାଯାଇଥିଲା । ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୩୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସୂଚନାଯୋଗ୍ୟ ଯେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଚନ୍ଦନ ଲଗାଇ ସ୍ବାଗତ କରାଯାଇଥିଲା ।

Exit mobile version