Site icon Awaj Media

ଭାଲେଣ୍ଟାଇନ ଡେ ରେ ଅନାଥ, ଗରିବ, ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସାରା ବିଶ୍ଵ ପ୍ରତି ବର୍ଷ ୧୪ ଫେବୃଆରୀ କୁ ପ୍ରେମ ଦିବସ // ଭାଲେଣ୍ଟାଇନ ଡେ ବୋଲି ପାଳନ କରିଆସୁଛି ! ଏହି ଦିବସ ପ୍ରେମୀ ଯୁଗଳ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଦିବସ ରହିଥିବା ବେଲେ ଅନେକ ଗରିବ, ଅସହାୟ ବ୍ୟକ୍ତି ଅସୁସ୍ଥତା କାରଣରୁ ଅନେକ ସମସ୍ୟା ର ସମ୍ମୁଖୀନ କରୁଛନ୍ତି ଏବଂ ନିରାଶ ଅବସ୍ଥା ରେ ରହୁଛନ୍ତି ! ସେମାନଙ୍କ ମୁଁହ ରେ ହସ ଫୁଟେଇବା ପାଇଁ ଆଜି ଗିଫ୍ଟ ସୋସାଇଟି ଓ ଗିଫ୍ଟ ମୋଡେଲ ସ୍କୁଲ୍ ତରଫରୁ ଏକ ସ୍ବତନ୍ତ୍ର ମାଗଣା ସ୍ବାସ୍ଥ୍ୟ ଶିବିର ଏବଂ ଔଷଦ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି ମାଗଣା ସ୍ଵତ୍ୟ ଶିବିର ସେରଙ୍ଗ ଖ୍ରୀଷ୍ଟିଆନ୍ ହସ୍ପିଟାଲ ର ମିଳିତ ଆନୁକୁଲ୍ୟରେ ରେ ଅନୁଷ୍ଠିତ ହୋଇଯାଇଛି. ଶତାଧିକ ଲୋକ ଏହି ସ୍ବାସ୍ଥ୍ୟ ଶିବିର ରେ ଯୋଗ ଦେଇ ସ୍ବାସ୍ଥ୍ୟ ପରୀକ୍ଷା, ମାଗଣା ଚକ୍ଷୁ ପରୀକ୍ଷା କରି ବିନା ମୂଲ୍ୟରେ ଔଷଧ ପାଇଥିଲେ ! କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଗଜପତି ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଶ୍ରୀ ଜି.ତିରୁପତି ରାଓ, ସେରଙ୍ଗ ଖ୍ରୀଷ୍ଟିଆନ୍ ହସ୍ପିଟାଲ ର ନିର୍ଦ୍ଦେଶ ଡ଼ଃ. ଜନ୍ ଏବଂ ତାଙ୍କ ସମସ୍ତ ମେଡ଼ିକାଲ ଷ୍ଟାଫ୍, କାଶୀନଗର ବ୍ଲକ୍ ମେଡ଼ିକାଲ ଅଧିକାରୀ ଡ଼ଃ.ଜି. ବେଦା ବିକାଶ ଏବଂ ଅନେକ ଜନ ପ୍ରତିନିଦି ଉପସ୍ଥିତି ରହି ଏହି କାର୍ଯକ୍ରମ କୁ ପ୍ରଶଂସା କରିଥିଲେ ଏବଂ ଜନସାଧାରଣଙ୍କୁ ନିଜ ସ୍ବାସ୍ଥ୍ୟ କୁ ଗୁରୁତ୍ବ ଦେବା ପାଇଁ ପରାମର୍ଶ ଦେଇ ଥିଲେ କାରଣ ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି କାହିଥିଲେ ! ଏହି ମାଗଣା ସ୍ବାସ୍ଥ୍ୟ ଶିବିରରେ କାଶୀନଗର ବ୍ଲକ୍ ସିଧାମଡଙ୍ଗ ପଞ୍ଚାୟତ ଏବଂ ତରଙ୍ଗଡ ପଞ୍ଚାୟତ ର ପାଞ୍ଚ ରୁ ଉର୍ଦ୍ଧ ଗ୍ରାମବାସି ମାଗଣା ସ୍ବାସ୍ଥ୍ୟ ଶିବିରରେ ଯୋଗ ଦେଇ ଉପକୃତ ହୋଇଥିବା ବେଳେ ଗଜପତି ଜିଲ୍ଲା ର ବୁଦ୍ଧିଯିବି ଏହି ପରି ସ୍ବତନ୍ତ୍ର କାର୍ଯ୍ୟକ୍ରମ କୁ ଭୂରି ଭୂରି ପ୍ରଶଂସା କରିଥିଲେ ! ଏହି କାର୍ଯ୍ୟକ୍ରମ କୁ ସୋସାଇଟି ଓ ଗିଫ୍ଟ ମୋଡେଲ ସ୍କୁଲ୍ ର ନିର୍ଦେଶକ ସମାଜସେବୀ ଶ୍ରୀ ଆମୋଦ କୁମାର ବର୍ଦ୍ଧନ ପରିଚାଳନ କରିଥିଲେ !

Exit mobile version