ପାରାଦ୍ଵୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଢିଙ୍କିଆ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି ଦେଲେ ସ୍ଥାନୀୟ ଜିଲ୍ଲା ପରିଷଦ ପିନାକୀ ନାରାୟଣ ଦାସ । ବହୁ ଚର୍ଚିତ ଢିଙ୍କିଆ ରେ ପୋସ୍କୋ ଫେରିଗଲା ପରେ ଏବେ ଆସିଛି ଜେଏସଡବ୍ଲ୍ୟୁ । ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ର ଶିଳାନ୍ୟାସ କରିଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଦାସ । ତାଙ୍କ କହିବା ଅନୁସାରେ ଆମେ ଶିଳ୍ପ କୁ ବିରୋଧ କରୁନାହୁଁ | କିନ୍ତୁ ଶିଳ୍ପ ପାଇଁ ଜୋନର୍ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କ ସମସ୍ୟା ର ସମାଧାନ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖିଛନ୍ତି । ଲୋକଙ୍କ ଜମି କୁ ବଳ ପୂର୍ବକ ନିଆଗଲା । ଉପକୁଳ ର ରକ୍ଷା କବଚ ସାଜିଥିବା ବାଲି ଟିକିରା ଗଛ ଗୁଡିକୁ କମ୍ପାନୀ ପ୍ରତିଷ୍ଠା ଆଳରେ କାଟି ମାଫିଆ ଲୁଟି ନେଲେ । କମ୍ପାନୀ ଆନ୍ଦୋଳନ ରେ ମିଥ୍ୟା ମକଦ୍ଦମା ରେ ଛନ୍ଦି ହୋଇଥିବା ଲୋକଙ୍କୁ କେଶ ରୁ ମୁକ୍ତ କରିବା ସହ ଅଂଚଳର ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନାଗମନ ପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ସେହିପରି ହଜାର ହଜାର ମହିଳା ଙ୍କୁ ଏସ୍ଏସଜି ମାଧ୍ୟମରେ ସଭାସ୍ଥଳ କୁ ଡକା ଯାଉଥିବା ବେଳେ ଢିଙ୍କିଆ ର ମହିଳା ସମିତି ସଭ୍ୟା ମିତାରାଣୀ ଭୋଇ ଓ ସ୍ଥାନୀୟ ଜିଲ୍ଲା ପରିଷଦ ପିନାକୀଙ୍କୁ ଖବର ଦିଆ ଯାଇନଥିବା ଯୋଗୁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଜିଲ୍ଲା ପରିଷଦଙ୍କ ସାମ୍ବାଦିକ ସମ୍ମିଳନୀ !!!

