Site icon Awaj Media

ଟ୍ରକ୍ ମାଲିକ ସଂଘ ର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପ ସ୍ଥିତ ଜଗନ୍ନାଥ ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା ନିର୍ବାଚନ କୁ ନେଇ ନାମାଙ୍କନ ପାର୍ଥୀପତ୍ର ଦାଖଲ ଶେଷ ହୋଇଛି । ବିଭିନ୍ନ ପଦ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଥିବା ବେଳେ ସଂଘ ସଭାପତି ପଦ ପାଇଁ ପୂର୍ବତନ ସଭାପତି ଛଇଳ ଚନ୍ଦ୍ର ଜେନା ଓ ରାକେଶ ଜେନା ନାମାଙ୍କନ ଦାଖଲ କରିଛନ୍ତି । ତେବେ ଜଗନ୍ନାଥ ଟ୍ରକ ମାଲିକ ସଂଘ ଏକ ପୂରାତନ ସଂଘ ହୋଇଥିବା ବେଳେ ପ୍ରତି ଦୁଇ ବର୍ଷରେ ଥରେ ସଂଘର କର୍ମକର୍ତ୍ତା ନିର୍ବାଚନ ହୋଇ ଆସୁଛି । ଚଳିତ ବର୍ଷ ଜଗନ୍ନାଥ ଟ୍ରକ ମାଲିକ ସଂଘ ନିର୍ବାଚନ କୁ ନେଇ ଏବେ ଠାରୁ ବାତାବରଣ ସରଗରମ ହୋଇଛି । ପୂର୍ବତନ ସଭାପତି ଛଇଳ ଚନ୍ଦ୍ର ଜେନା ତାଙ୍କର ନାମାଙ୍କନ ପାର୍ଥୀପତ୍ର ଦାଖଲ ପୂର୍ବରୁ ପାରାଦୀପ ମଧୁବନ ସ୍ଥିତ ଜଗନ୍ନାଥ ମନ୍ଦିର ରେ ପୂଜାର୍ଚ୍ଚନା କରି ତାଙ୍କ ସମର୍ଥକ ମାନଙ୍କ ସହିତ ସଂଘ କାର୍ଯ୍ୟାଳୟ ରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦି ଭାବେ ରାକେଶ କୁମାର ଜେନା ମଧୁବନ ସ୍ଥିତ ମଙ୍ଗଳା ମନ୍ଦିର ରେ ପୂଜାର୍ଚ୍ଚନା କରି ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଟ୍ରକ ମାଲିକ ମାନଙ୍କ ବିଭିନ୍ନ ସମସ୍ୟା କୁ ମୁଦ୍ଦା କରି ନିର୍ବାଚନ ମୈଦାନ କୁ ଓହ୍ଲାଇ ଥିବା ଉଭୟ ପ୍ରକାଶ କରିଥିବା ବେଳେ ବିଭିନ୍ନ ପଦ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ପାର୍ଥୀ ମାନେ ନିଜ ନିଜର ସମର୍ଥକ ମାନଙ୍କ ସହିତ ପାର୍ଥୀପତ୍ର ଦାଖଲ କରିଛନ୍ତି । ଆସନ୍ତା ଫେବୃଆରୀ ୨୫ତାରିଖରେ ଏହି ନିର୍ବାଚନ ହେବ ବୋଲି ଜଣାପଡିଛି ।

Exit mobile version