Site icon Awaj Media

ବଢୁଛି ବିଜେପି ନେତା ତୁଷାରଙ୍କ କ୍ରେଜ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ନିକଟସ୍ଥ ଶିମିଳିପୁର ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଙ୍କ ଗାଁ ଚଲୋ ଅଭିଯାନ ଆରମ୍ଭ ହୋଇଯାଇଛି। ଏହି ଅଭିଯାନ ରେ ପଞ୍ଚାୟତ ର ପ୍ରାୟ ୩ ଶହରୁ ଉର୍ଦ୍ଧ ପୁରୁଷ ଏବଂ ମହିଳା ବିଜେପି କର୍ମୀ ଯୋଗ ଦେଇଥିଲେ। ଶିମିଳିପୁର ଗ୍ରାମର ଆରାଧ୍ୟ୍ୟ ଦେବ ସିଧେଶ୍ୱର ମନ୍ଦିର ଠାରେ ପୂଜାର୍ଚନା କରି ଗାଁ ଚଲୋ ଅଭିଯାନ ବାହାରିଥିଲା। ଏହି କାର୍ଯ୍ୟକ୍ରମ ରେ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କୁ ଭଲ ପାଉଥିବା କର୍ମୀ ଏବଂ ତାଙ୍କ ହାତ ମୁଠାକୁ ଟାଣ କରିବାପାଇଁ ଶିମିଳିପୁର ପଞ୍ଚାୟତ ର ବହୁ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ପ୍ରଥମେ ଶିମିଳିପୁର, ପରେ ମକୁନ୍ଦପୁର, ଚାରିଘେରିଆ ଏବଂ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ କରବର ଗ୍ରାମର ଘରକୁ ଘର ବୁଲି ପ୍ରଧାନମନ୍ତ୍ରୀ ଙ୍କ ସ୍ୱଚ୍ଛ ଶାସନ ଉପରେ ସାଧାରଣ ଲୋକଙ୍କୁ ଏକପୃଷ୍ଠା ସମ୍ବଳିତ ପ୍ରଚାରପତ୍ର ଦେଇ ସରକାର ଙ୍କ ଲୋକାଭିମୁଖୀ କାର୍ଯ୍ୟ କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ସରୋଜ କୁମାର ମତଗଜସିଂ , ଆଇନଜୀବୀ ଦେବାଶିଷ ମାନସିଂହ, ଜଗନ୍ନାଥ ପରିଡା, ଜୟନ୍ତ କୁମାର ବେଉରା, ପ୍ରମୋଦ ବିଶୋଇ, ରାଧାମୋହନ ସ୍ୱାଇଁ, ଭାରତୀ ଦଳେଇ, ରେଣୁବାଳା ସ୍ୱାଇଁ, ତଅପୋଇ ମନ୍ତ୍ରୀ, କବି ସାହୁ, ଲିପିନା ପରିଡା, ସେବତୀ ନାୟକ, ତିଳତ୍ତମା ନାୟକ, ନିର୍ମଳ ଭୂଇଁଆଁ, ସାବିତ୍ରୀ ସ୍ୱାଇଁ, ପ୍ରଫୁଲ୍ଲ ବେହେରା, ସଜନୀ ନାୟକ, ସରୋଜିନୀ ବିଶ୍ୱାଳ, ଶୈଳବାଳା ବାରିକ ଙ୍କ ସମେତ ଶତାଧିକ ମହିଳା ଏବଂ ପୁରୁଷ ବିଜେପି କର୍ମୀ ଯୋଗ ଦେଇଥିଲେ।

Exit mobile version