Site icon Awaj Media

ଗଛରେ ପିଟିହେଲା ବାଇକ : ଦୁଇ ଆରୋହୀ ମୃତ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଦୁର୍ଘଟଣାରେ ଚାଲିଗଲା ଦୁଇ ବାଇକ ଆରୋହୀଙ୍କ ଜୀବନ ! ଗଛରେ ପିଟିହେଲା ବାଇକ , ଦୁଇ ଆରୋହୀ ମୃତ ! ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଋଷିପଡ଼ା ଛକ ନିକଟରେ ଗଛ ରେ ପିଟିହେଲା KTM ବାଇକ୍ । ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ମୃତ। ମୃତକ ଦୁଇଜଣ ବଡ଼ମ୍ବା ବେଲିହାପାଳ ଗ୍ରାମର ମୁନା ସାହୁ ଏବଂ ରାକେଶ ପଣ୍ଡା ବୋଲି ସୂଚନା ମିଳିଛି ! ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ମଧ୍ୟ ଉଭୟ ଗୁରୁତର ଆହତ ହୋଇଥିବାରୁ ମୃତ୍ୟୁ ବରଣ କରିଥିଲେ ! ଦୁର୍ଘଟଣା ଏବଂ ମୃତାହତ ଖବର ଶୁଣି ସ୍ଥାନୀୟ ଅଂଚଳରେ ଶୋକ ଖେଳି ଯାଇଛି !

Exit mobile version